Movie prime

ସ୍ଵାମୀ ର ସବୁ ବେଳେ ଥିଲା ସନ୍ଦେହ ସ୍ତ୍ରୀ ଆଉ କାହା ସହ ରଖୁଛି ସମ୍ପର୍କ, ଶେଷରେ ଜୀବନ ହାରିଦେଲା ସ୍ତ୍ରୀ

 
Special Report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସନ୍ଦେହ ଯୋଗୁଁ କେତେ ଅମୂଲ୍ୟ ଜୀବନ ଚାଲି ଯାଉଚି।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ମହିଳା ଜଣକ ଶେଷ ରେ ଗାଁ ବିଲ ଭିତରେ ପଶି ନିଜ ଜୀବନ ହାରି ଦେଇଛନ୍ତି।
Special Report
ସେଠାରୁ ଏକ ସୁଇସାଇଡ ନୋଟ ମଧ୍ୟ ପାଇଛନ୍ତି।ଏହି ନୋଟ ରେ ସେ ଲେଖିଛନ୍ତି କି ତାଙ୍କ ମୃତ୍ୟୁ ପାଇଁ କାହାରି ବି ଦୋଷ ନାହିଁ।ସେ ନିଜ ଇଚ୍ଛା ରେ ମୃତ୍ୟୁ ବରଣ କରୁଛନ୍ତି।ଏହା କୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳ ରେ। ସୁଚନା ଅନୁସାରେ ଗତ ପାଞ୍ଚ ବର୍ଷ ତଳେ ପ୍ରେମ କରି ଯମୁନା ମାରାଣ୍ଡି ଲକ୍ଷ୍ମଣ ମାରାଣ୍ଡି ଙ୍କୁ ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ଲକ୍ଷ୍ମଣ ଓ ଯମୁନା ବାଙ୍ଗାଲୋର କୁ ଯାଇ କାମ କରିଥିଲେ।
ପ୍ରଥମେ ପ୍ରଥମେ ତାଙ୍କ ପରିବାର ଲୋକେ ଏହି ବିବାହ କୁ ପସନ୍ଦ କରି ନ ଥିଲେ।ହେଲେ ପରେ ରାଜି ହୋଇ ଯାଇଥିଲେ।ଏହା ର କିଛି ଦିନ ପରେ ଲକ୍ଷ୍ମଣ ନିଜ ସ୍ତ୍ରୀ ଯମୁନା କୁ କୌଣସି କାରଣ ପାଇଁ ନିଜ ଗାଁ ରେ ଛାଡି ଦେଇ ଯାଇଥିଲେ।ଉଭୟ ଙ୍କ ମଧ୍ୟରେ ସବୁବେଳେ ଫୋନ୍ ଯୋଗେ ଝଗଡ଼ା ହେଉ ଥିଲା।
Special Report
ଏଥିରେ ଲକ୍ଷ୍ମଣ କହୁଥିଲେ କି ତୁ ଆଉ କାହାକୁ ପ୍ରେମ କରୁଚୁ।ଏମିତି କହି କହି ତାଙ୍କୁ ସବୁବେଳେ ସନ୍ଦେହ କରୁଥିଲା।ସେଥିପାଇଁ ଉଭୟ ଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିଲା।
ଏହା ପରେ ଏ କଥା କୁ ଜାଣି ଯମୁନା ଙ୍କୁ ତାଙ୍କ ବାପା ନିଜ ଘର କୁ ନେଇ ଯାଇଥିଲେ।ସେଠାରେ କିଛି ଦିନ ରହିଥିଲେ।ଗତ କାଲି ସେ ଶୌଚ ହେବାକୁ ଯାଇଥିଲେ ବିଲ କୁ।ସେଠାରେ ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି।ସେଠାରେ ଗୋଟିଏ ହାତ ଲେଖା ନୋଟ ଟି ଏ ମିଳିଚି।ଯାହାକୁ ପୋଲିସ ଏବେ ନେଇ ଯାଇଚି।ଘଟଣା ର ତଦନ୍ତ ଆରମ୍ଭ ହୋଇଛି।
ସେହି ନୋଟ ରେ ଲେଖା ହୋଇ ଥିଲା କି ଲକ୍ଷ୍ମଣ ଙ୍କୁ ମୁଁ ପ୍ରେମ କରି ବିବାହ କରି ଥିଲି।ତାଙ୍କ ଛଡା ମୁ ଆଉ କାହାରି କୁ ପ୍ରେମ କରି ନାହିଁ।ହେଲେ ଶେଷ ରେ ସେ ମୋତେ ସନ୍ଦେହ କଲେ।ମୁଁ ଏହାକୁ ସହି ପାରୁ ନାହିଁ।ସେଥିପାଇଁ ମୁଁ ଆ-ତ୍ମ-ହ-ତ୍ୟା କଲି।
ଏଥିରେ କାହାରି ଦୋଷ ନାହିଁ।ମୁ ମୋ ଇଚ୍ଛା ରେ ଆ-ତ୍ମ-ହ-ତ୍ୟା କରିଛି।ଏହା ପରେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଲକ୍ଷ୍ମଣ ମଧ୍ୟ ଏବେ ଗାଁ କୁ ଆସିଛନ୍ତି।ତାଙ୍କୁ ଏ ବିଷୟ ରେ ପଚରା ଉଚୁରା ଜାରି ରହିଛି।ଏବେ ଦେଖିବାକୁ ବାକି ରହିଲା ଏହାର ପ୍ରକୃତ ଦୋଷୀ କି କେବେ ଦଣ୍ଡ ମିଳୁଛି।