Movie prime

ସ୍ଵାମୀ ଶବ୍ଦରେ ଲାଗିଲା କଳଙ୍କ ଦେଖନ୍ତୁ ସ୍ତ୍ରୀକୁ ରୋଗ ହେଲା ବୋଲି ସ୍ଵାମୀ ସିଧା ନେଇ ଆସିଲେ ଦିତୀୟ ସ୍ତ୍ରୀ ଆଉ ତା ପରେ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡ଼ସୀଙ୍ଗେରିଆ ଗ୍ରାମର। ଯୁବତୀ ଜଣକ ହେଇଛନ୍ତି ରୀମା ସାହୁ କିଛିବର୍ଷ ପୂର୍ବରୁ ଖୋର୍ଦ୍ଧା ଝରଣି ସାହୁ ବାପୁଜୀ ନଗରରେ ଭଲ ପାଇ ବିବାହ କରିଥିଲେ। ବିବାହ ପରେ ସବୁକିଛି ଠିକଠାକ ଥିଲା।
Special report
ଆଉ ଉଭୟ ସ୍ଵାମୀ ସ୍ତ୍ରୀଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଥିଲା। ସ୍ତ୍ରୀ ରୋଗଗ୍ରସ୍ତ ହେଲା ଆଉ ସ୍ବାମୀ ସ୍ତ୍ରୀଙ୍କ ମଝିରେ ଅନ୍ୟ ଜଣେ ଲୋକ ଆସିଲା। ଆଉ ଅନ୍ୟ ଜଣେ ଆସିବା ପରେ ସ୍ବାମୀଙ୍କ ପାଇଁ ସ୍ତ୍ରୀ ରିମା ଅଲୋଡ଼ା ହେଇଗଲା। ରିମା ବ୍ରେନଟ୍ୟୁମରରେ ଆକ୍ରାନ୍ତ ହେଲେ ଓ ତାଙ୍କର ଅପରେସନ ହୋଇଥିଲା। 
ଆଉ ଅପରେସନ ମଧ୍ୟ ସଫଳ ହେଇଥିଲା। କିନ୍ତୁ ରିମା ଅପରେସନ ପରେ ସଂପୂର୍ଣ୍ଣ ଅକ୍ଷମ ହୋଇଗଲେ। ଏହାପରେ ସ୍ବାମୀ ଅନ୍ୟତ୍ର ବିବାହ କରିବା ପରେ ରିମାକୁ ଭୁଲି ଗଲେ। ଆଉ ଶେଷରେ ରିମା ବାପ ଘରେ ଆସି ଆଶ୍ରୟ ନେଇଛନ୍ତି।
Special report
ଏବେ ରିମାଙ୍କ ପାଇଁ ତାଙ୍କ ମାଆ ହେଇଛନ୍ତି ସବୁକିଛି। ବଢିଲା ଝିଅ ବିଛଣାରେ ପଡ଼ିରହିଥିବା ବେଳେ ଏଇ ବୁଢ଼ୀ ମାଆଟି ସେବା କରି ଚାଲିଛି। ହେଲେ ମାଆକୁ ସାହାଯ୍ୟ କରିବା ପାଇଁ ବାପା ମଧ୍ୟ ନାହାଁନ୍ତି। ବାପା ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। 
ମା ପାଉଥିବା ମାତ୍ର ୫୦୦ ଟଙ୍କା ଭତା ଏବଂ ଏଠୁ ସେଠୁ ମାଗିଯାଚି ଯେତିକି ମିଳୁଛି ସେତିକିରେ ପରିବାର ଚୁଲି ଜଳୁଛି। ଏଇ ଘଟଣାକୁ ନେଇ ପ୍ରଶାସନଙ୍କ ନିକଟକୁ ବାରମ୍ଵାର ଦୌଡି ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ ବୋଲି କହିଛନ୍ତି ରୀମାଙ୍କ ମାଆ।
Special report
ରୀମାଙ୍କର ଏଭଳି ଅବସ୍ଥାକୁ ଦେଖି ରୀମାଙ୍କ ବଢିଲା ଝିଅଟିକୁ ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ସହାୟତାରେ ବିବାହ କରିଥିବା ବେଳେ ପୁଅଟି ମଧ୍ୟ ଅଧାରୁ ପାଠପଢା ଛାଡ଼ି ଦେଇଛି। ଦୁଇବର୍ଷ ପୂର୍ବରୁ ଡାକ୍ତର ରୀମାନଙ୍କୁ ଦୁଇରୁ ତିନିମାସ ବଞ୍ଚିବା କଥା କହିଥିଲେ। 
Special report
ହେଲେ ୩ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ରୀମା। ରୀମାଙ୍କୁ ଭଲ କରିବା ପାଇଁ ଏବଂ ତାଙ୍କ ଦୁଃଖକଷ୍ଟକୁ ଦୂର କରିବା ପାଇଁ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ।
ରୀମାଙ୍କ ସ୍ବାସ୍ଥ୍ୟ ପାଇଁ କେହି ସ୍ୱାଛା ସେବୀ ସଂଗଠନ କିମ୍ୱା କୌଣସି ବ୍ୟକ୍ତି ବିଶେଷ ଯଦି ସାହଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଭିଡିଓଟିରେ ତଳେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।