Movie prime

ସ୍ଵାମୀ ସ୍ତ୍ରୀ ମିଶି ସୁନା ଚୋରି କଲେ ଶେଷରେ ପୋଲିସ ଧରିଲା ତଳ ଫଟେଇ ଦେଲା - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇପାରିବେ ।
Special Report
ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ ଏହି ଘଟଣା ବିଷୟରେ ଯିଏ ବି ଶୁଣୁଛି ସିଏ ମନରେ ଅନେକ କଥା ଭାବୁଛି । ଚୋର ଏଭଳି ବି ଅଛନ୍ତି ଯାହାକୁ ନେଇ ଏବେ ଖବର ଆସିଛି । 
ଏହି ଘଟଣା ହେଉଛି ଜଣେ ଯୁବକ ଆଉ ଯୁବତୀ ଗୋଟିଏ ସୁନା ଦୋକାନରେ ପଶି ଚୋରି କରୁଥିଲେ । ଆଉ ଏହି ଚୋରମାନେ ଏଭଳି ଚୋରି କରୁଥିଲେ ଯାହା ପୁରା ଫିଲ୍ମ୍ ଷ୍ଟାଇଲର ଅଟେ ।
Special Report
ମୁଣ୍ଡରେ ଧଳା କପଡା ବାନ୍ଧି ଆଉ ମୁହଁରେ ମାସ୍କ ପିନ୍ଧି ଚୋରମାନେ ସୁନା ଦୋକାନ ଭିତରକୁ ପଶି ଯାଇଥିଲେ । ଏହି ଯୁବକ ଆଉ ଯୁବତୀ ଚୋର ହୋଇ ଚୋରି କରିବାକୁ ଯାଇଥିଲେ । ଜଣେ ହାତରେ ବନ୍ଧୁକ ଆଉ ଜଣେ ହାତରେ ହାତୁଡି ଧରି ସେଠାକୁ ଯାଇଥିଲେ ।
ମହିଳା ଜଣକ ହାତୁଡ଼ି ଧରିଥିବା ବେଳେ ପୁରୁଷ ଜଣକ ବନ୍ଧୁକ ଧରି ସୁନା ଦୋକାନକୁ ଚୋରି କରିବାକୁ ଯାଇଥିଲେ । ଯୁବକ ଜଣକ ବନ୍ଧୁକ ଧରି ଫିଲ୍ମ୍ ଷ୍ଟାଇଲରେ ଚୋରି କରୁଥିଲା ।
Special Report
ଦୋକାନରେ ଥିବା ସବୁ ଲୋକମାନଙ୍କୁ ଏବଂ ଷ୍ଟାଫମାନଙ୍କୁ ହାତ ଉପରକୁ ଟେକିବା ପାଇଁ ଯୁବକ ଜଣକ କହିଥିଲେ । ଏହି ଯୁବକ ଆଉ ଯୁବତୀ ହେଉଛନ୍ତି ସ୍ବାମୀ ସ୍ତ୍ରୀ । ଏହି ଦମ୍ପତ୍ତି ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ସୁନା ଗହଣା ବ୍ୟାଗରେ ପୁରେଇବାକୁ ଲାଗିଥିଲେ । 
ଆଉ ସେହି ସମୟରେ ସେଠାରେ ପୋଲିସ ପହଞ୍ଚି ଏହି ଦମ୍ପତ୍ତିଙ୍କୁ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନେଉଥିଲା । ଏହି ଘଟଣା ଅହମଦାବାଦରେ ଦେଖିବାକୁ ମିଳିଛି । ଏହି ଦମ୍ପତ୍ତି କରୋନା ମହାମାରୀ ପରେ ଆର୍ଥିକ ଅନଟନ ପାଇଁ ନାହିଁ ନଥିବା ହିନସ୍ତା ହେଉଥିଲେ ।
ନିଜ ପିଲାଙ୍କୁ ମଧ୍ୟ ସେ ଖାଇବାକୁ ଦେଇ ପାରୁନଥିଲେ । ଯେଉଁଥିପାଇଁ ସେମାନେ ସାଉଥର ଏକ ଫିଲ୍ମ୍ ଦେଖି ଏଭଳି ଚୋରି କରିବାକୁ ଆସିଥିଲେ ଆଉ ସେଠାରେ ପୋଲିସ ତାଙ୍କୁ ଗିରଫ କରିଛି । ଚୋରି କରିବାର କାରଣ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।