Movie prime

ଏହି କାମ ପାଇଁ ଆଜି ଚର୍ଚ୍ଚାରେ ତହସିଲଦାର ଦେଖନ୍ତୁ ହଠାତ୍ ଆସିଲେ ଏତେବଡ଼ କାମ କରିଦେଲେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାର୍ଷିକ କ୍ରିଡାରେ ଛାତ୍ରୀଙ୍କ ଗୋଡ ଭାଙ୍ଗିବା ଘଟଣା। ସହଯୋଗର ହାତ ବଢାଇଲେ ସ୍ଥାନୀୟ ତହସିଲଦାର ପରୀକ୍ଷା ଦେଲେ ଛାତ୍ରୀ ପପିନ।
ତେଲକୋଇ ତହସିଲଦାରଙ୍କ ଗାଡି ଦଶମ ଛାତ୍ରୀ ପପିନଙ୍କ ଘରକୁ ଯାଇ ୨୦ କିଲୋମିଟର ଦୂରରେ ଥିବା ଖୁଣ୍ଟାପଡା ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟରେ ଛାଡି ଥିଲେ। ଏବଂ ପରୀକ୍ଷା ସରିବା ପରେ ପୁଣି ଘରେ ନେଇ ଛାଡି ଆସିଥିଲେ। 
ବୋର୍ଡ ପରୀକ୍ଷା ଦେଉଥିବା ସେଣ୍ଟରରେ ମଧ୍ୟ ପପିନଙ୍କ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ତହସିଲଦାରଙ୍କ ଏପରି ପଦକ୍ଷେପକୁ ନେଇ ପପିନଙ୍କ ପରିବାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଗତ ଡ଼ିସେମ୍ବର ମାସରେ ସିରିକ୍ରିଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ ଭାଗ ନେଇଥିଲେ କୁଣ୍ଢେଇହତା ଗ୍ରାମର ଦଶମ ଶ୍ରେଣୀରେ ପଢ଼ୁଥିବା ପପିନ ବିଶ୍ଵାଳ। 
ଭାଗ ନେଇ ଲଙ୍ଗ ଜମ୍ପ ଖେଳୁଥିବା ବେଳେ, ବାମ ଗୋଡ ଜଙ୍ଘଟି କୌଣସି କାରଣରୁ ଭାଙ୍ଗି ଯାଇଥିଲା। ଚିକିତ୍ସା ପରେ ପପିନ୍ ଘରୁ ବାହାରକୁ ଆସିବା ସମ୍ଭବ ହୋଇ ପାରୁନଥିଲା।
ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ଚିନ୍ତାରେ ଥିଲେ ପପିନର ପରିବାର ଲୋକେ। ଘରଠାରୁ ୨୦ କିଲୋମିର ଯାଇ କେମିତି ପରୀକ୍ଷା ଦେବେ ବୋଲି ଭାବି ଭାବି ପପିନ ମଧ୍ୟ ଦୁଃଖରେ ଦିନ କାଟୁଥିଲେ। 
ଅପରେଶନ ପରେ ପପିନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେହି ଦିନ ଠାରୁ ପପିନ ସ୍କୁଲକୁ ମଧ୍ୟ ଯାଇପାରୁନଥିଲେ। ଏନେଇ ଖବର ପାଇଲା ପରେ ସ୍ଥାନୀୟ ତହସିଲଦାର ସହଯୋଗର ହାତ ବଢ଼ାଇ ଥିଲେ।
ତେଲକୋଇ ତହସିଲଦାର ନିଜେ ପପିନଙ୍କ ଘରକୁ ଯାଇ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବା ସହ, ପରୀକ୍ଷା ସରିବା ପରେ ଘରେ ନେଇ ଛାଡିଥିଲେ। ତେବେ ବନ୍ଧୁଗଣ ତହସିଲଦାରଙ୍କ ଏହି ମହାନତା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.