Movie prime

ପୁଣି ପାଣ୍ଡିଆନଙ୍କୁ ଖୋଲା ଖୋଲି ଟାର୍ଗେଟ କଲେ ମୋନାଲିସା ଦେଖନ୍ତୁ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ବନ୍ଧୁଗଣ ୨୪ ବର୍ଷର ସରକାର ପାଣ୍ଡିଆନଙ୍କ ପାଇଁ ହାରି ଯାଇଛି ବୋଲି କହିଛନ୍ତି ମୋନାଲିସା। ଗଣମାଧ୍ୟମ ଆଗରେ ବିଜେଡି ନେତ୍ରୀ ମୋନାଲିସା ଗନ୍ତାୟ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସହିତ ଖେଳିଛନ୍ତି ପାଣ୍ଡିଆନ। 
ଓଡିଶାବାସୀଙ୍କ ମନରେ ଦୁଃଖ ଦେଇଛନ୍ତି ପାଣ୍ଡିଆନ। ଆଉ କହିଛନ୍ତି ପାଣ୍ଡିଆନଙ୍କୁ ଲୋକ ମାନେ ପସନ୍ଦ କରୁନଥିଲେ। ତଥାପି ପାଣ୍ଡିଆନ ଲୋକ ମାନଙ୍କ ସାମ୍ନାକୁ ଯାଇଥିଲେ। ଘରେ ଘରେ ସମସ୍ତଙ୍କ ମନରେ ନବୀନ ପରିଚିତ କିନ୍ତୁ ତାଙ୍କୁ ପାଣ୍ଡିଆନ ସମସ୍ତଙ୍କ ଆଗରୁ ଦୂରେଇ ଦେଇଥିଲେ।
ବିଜେଡିରେ ଅନେକ ଷ୍ଟାର ପ୍ରଚାରକ ଥିଲେ ସେମାନଙ୍କୁ ନଛାଡ଼ି ପାଣ୍ଡିଆନ ନିଜେ କ୍ୟାପ୍ନିଇଂ କରିବାକୁ ଯାଉଥିଲେ। ଯେଉଁଥିପାଇଁ ଲୋକ ମାନେ ନବୀନ ପଟ୍ଟନାୟକଙ୍କୁ ଭୁଲି ବିଜେପିରେ ଭୋଟ ଦେଲେ। 
Special report
ତାମିଲଙ୍କ ଶାସନ ଓଡ଼ିଶାରେ ଚାଲିବ ନାହିଁ ବୋଲି ଲୋକଙ୍କ ମନରେ ବିଷାଦ ସୃଷ୍ଟି କରିଥିଲେ, ଯାହାକି ବିଜେଡି ହାରିବାର ମୁଖ୍ୟ କାରଣ ଅଟେ। ମୋନାଲିସା ଆହୁରି କହିଛନ୍ତି ଯେ- "ପାଣ୍ଡିଆନ ପ୍ରାର୍ଥୀ ସିଲେକ୍ସନ୍ ଭୁଲ କରିଥିଲେ।
ଯାହାକୁ ଯେଉଁଥିରେ ଆସନ ଦେବା କଥା ଦେଲେ ନାହିଁ ପାଣ୍ଡିଆନ। ଉପଯୁକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ନଥିଲେ ପ୍ରାର୍ଥୀ ମାନେ। ବିଜୁ ଜନତା ଦଳର ମିଡ଼ିଆ ଟିମକୁ ପାଣ୍ଡିଆନ ହିଁ ଦୁର୍ବଳ କରିଥିଲେ। ବିରୋଧି ଦଳକୁ ଟାର୍ଗେଟ କରିନଥିଲା ବିଜେଡି ମିଡ଼ିଆ ଟିମ୍"। 
ଖାଲି ସେତିକି ନୁହେଁ "ଓଡ଼ିଶା ଭିତରେ ବିଜେଡିର ସମସ୍ତ ସଂଗଠନ ପାଣ୍ଡିଆନ ଭାଙ୍ଗି ଦେଇଥିଲା। କୌଣସି ବି ସଂଗଠନ ଠିକ୍ ଭାବରେ କାମ କରୁନଥିଲେ। ବିଜେଡିକୁ ହରାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ପାଣ୍ଡିଆନ ବୋଲି କହିଛନ୍ତି ମୋନାଲିସା ଗନ୍ତାୟ।
ବିଜେଡିର ନେତା ମାନଙ୍କ ସହିତ ଚିଟିଂ କରିଛନ୍ତି ପାଣ୍ଡିଆନ। କେବଳ ମୋନାଲିସା ନୁହନ୍ତି ବିଜେଡିର ଅନେକ ନେତା ମାନେ ମଧ୍ୟ ପାଣ୍ଡିଆନ ପରାଜୟର ମୁଖ୍ୟ କାରଣ ବୋଲି ଦାବି କରିଛନ୍ତି। ପାଣ୍ଡିଆନ କେବଳ ବିଜେଡିକୁ ହରାଇବା ପାଇଁ ଆସିଥିଲେ ବୋଲି ଏବେ ଚର୍ଚ୍ଚା ହେଉଛି"।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.