Movie prime

ଓଡ଼ିଶାରେ ରହିଛି ଏମିତି ଏକ ସ୍ଥାନ ଯାହା ଥାଇଲାଣ୍ଡ ଠାରୁ ମଧ୍ୟ ଆହୁରି ସୁନ୍ଦର ଦେଖନ୍ତୁ କେଉଁଠି ଅଛି ଏହି ସ୍ଥାନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଅନେକ ପର୍ଯ୍ୟଟନ ସ୍ଥଳୀ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅଲଗା ଅଲଗା ଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ବିଷୟରେ ଅନେକ ଖବର ଦେଖିଥିବେ । 
ସମସ୍ତ ଲୋକମାନେ ମଧ୍ୟ ବୁଲାବୁଲି କରିବାକୁ ପସନ୍ଦ କରନ୍ତି । ଥାଇଲାଣ୍ଡ ଏଭଳି ଏକ ସ୍ଥାନ ଯେଉଁଠାକୁ ବୁଲି ଯିବାକୁ ଲୋକମାନେ ଅନେକ ଆଶା ରଖିଥାନ୍ତି । କିନ୍ତୁ ଆମ ଓଡ଼ିଶାରେ ଥାଇଲାଣ୍ଡ ଠାରୁ ଅଧିକ ସୁନ୍ଦର ସ୍ଥାନ ଅଛି ।
ଆଉ ଏହି ଭିଡିଓ ମାଧ୍ୟମରେ ଆମେ ଏହି ସୁନ୍ଦର ସ୍ଥାନ ବିଷୟରେ ଜାଣିପାରିବା । ବିଶ୍ବର ଟପ୍ ୫୦ ଟୁରିଷ୍ଟ ଡେଷ୍ଟିନେଶନରେ ମୟୂରଭଞ୍ଜ । ପର୍ଯ୍ୟଟକଙ୍କ ପାଇଁ ଭୁସ୍ୱର୍ଗ ଥିବା ସ୍ପଟ୍ ମଧ୍ୟରେ ଭାରତର ଦୁଇଟି ସ୍ଥାନ । 
ଏହି ଦୁଇଟି ସ୍ଥାନ ହେଉଛି ମୟୂରଭଞ୍ଜ ଆଉ ଲଦାଖ ।ଟାଇମ୍ ମାଗାଜିନ୍ ବା ପତ୍ରିକାର ତାଲିକାରେ ଓଡିଶାର ମୟୁରଭଞ୍ଜ । ଯେତେବେଳେ ବୁଲିବାକୁ ଭାବୁଥାଉ ସେତେବେଳେ ବିଶ୍ଵର ଟପ୍ ସ୍ଥାନ ସୁଇଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ , ମେକ୍ସିକୋ, ଜର୍ମାନୀ ଆଉ ଇଟାଲି ଭଳି ସହରକୁ ବଛା ଯାଇଥାଏ ।
କିନ୍ତୁ ଆମ ଓଡ଼ିଶାରେ ଏଭଳି ଏକ ସ୍ଥାନ ଅଛି ଯାହା ଏବେ ଟାଇମ୍ ମାଗାଜିନରେ ବାହାରିଛି । ତାହା ହେଉଛି ଓଡ଼ିଶାର ମୟୂରଭଞ୍ଜ । ଆଉ ଏହା ବିଶ୍ବର ଟପ୍ ଟୁରିଷ୍ଟ ସ୍ଥାନରେ ୩୨ ନମ୍ୱର୍ ସ୍ଥାନରେ ଅଛି ।
ପୁରାତନ ମନ୍ଦିର ଆଉ ସଂସ୍କୃତି କଥା ଏବଂ ଶାଳ ଗଛରେ ଏହା ପରିପୂର୍ଣ୍ଣ ହୋଇଛି । ଟାଇମ୍ ପତ୍ରିକାରେ ଅନୁସାରେ ପୃଥିବୀର ଏହା ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କଳା ବାଘ ଦେଖିବାକୁ ମିଳିଥାଏ । ଅନ୍ୟ କେଉଁଠାରେ ଏହା ଦେଖାଯାଇ ନଥାଏ ।
ମୟୂରଭଞ୍ଜ ଆସିଲେ ଅନେକ ପ୍ରକାରର ସ୍ଥାନ ବି ବୁଲି ହେବ । ଏଠାରେ ଶିମିଳିପାଳ ଅଭୟାରଣ୍ୟ ସହିତ ଅନେକ ପ୍ରକାରର ପର୍ଯ୍ୟଟନ ସ୍ଥାନ ରହିଛି । ଏପ୍ରିଲ ମାସରେ ଏଠାରେ ହେଉଥିବା ଛଉ ନାଚକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ଟାଇମ୍ ପତ୍ରିକାରେ ମୟୂରଭଞ୍ଜର ଜିଲ୍ଲାର ଏକ ଫଟୋ ଦେଖାଯାଇଛି ।