Movie prime

ଠକାମୀରେ ପଡିଲେ ଭାଉଜ ଦେଖନ୍ତୁ ପୁଣି ଏହି କାରଣ ପାଇଁ ବନ୍ଦ ହେଲା କାରଖାନା - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ କଥାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି। ତାହା ହେଉଚି ଖାଦ୍ୟ ବିକ୍ରି ହେଉଥିବା କାର୍ ଖାନା।
Special report
ଏଠାରେ ଭୁବନେଶ୍ୱର ବାସୀଙ୍କ ସନ୍ଧ୍ୟା ହେବା ପରେ ବେଶ୍ ଭିଡ ଦେଖିବାକୁ ମିଳେ। ଖୁବ ସୁନ୍ଦର ଭାବେ ସେଠାରେ ଖାଦ୍ୟ ମିଳେ। ଲୋକମାନେ ତାଙ୍କ ଖାଦ୍ୟକୁ ଖୁବ୍ ପସନ୍ଦ କରୁଛନ୍ତି ମଧ୍ୟ। ତେଣୁ ଦୁଇ ଜଣ ଯା’ ମିଶି ଗୋଟିଏ କାର୍ ରେ ଖାଦ୍ୟ ଆଣି ଲୋକଙ୍କୁ ଖୁଆଉଥିଲେ।
ଆଇଜି ପାର୍କ ନିକଟସ୍ଥ ରାସ୍ତାରେ କାରରେ ଖାଦ୍ୟ ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯା। ଭଲ ବେପାର ହେବା ସହ ଦର କମ୍ ଥିବାରୁ ଲୋକ ଖାଇବାକୁ ପସନ୍ଦ କରୁଥିଲେ।
Special Report
କାର ଯୋଗେ ଖାଦ୍ୟ ଆଣି ବିକ୍ରି କରିବାରୁ ଏହାର ନାଁ କାର ଖାନା ରଖିଥିଲେ। ହେଲେ ବିନା ଟ୍ରେଡ୍ ଲାଇସେନ୍ସରେ ବେପାର କରୁଥିଲେ ବୋଲି ୫ ହଜାର ଫାଇନ୍ କାଟି ବନ୍ଦ କରିଦେଇଥିଲା ଭୁବନେଶ୍ବର ମହାନଗର ନିଗମ।
ପରେ ଜନପଥରେ ଥିବା ଭେଣ୍ଡିଂ ଜୋନରେ ବ୍ୟବସାୟ ପାଇଁ ଦୋକାନ ଭଡ଼ାରେ ନେଇ ବେପାର ଆରମ୍ଭ କଲେ। ହେଲେ ଏବେ ପୁଣି ୨ ଭେଣ୍ଡି ଜୋନକୁ ସିଲ୍ କରିଛି ବିଏମସି।
Special Report
ଏଥିସହ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ସୋ- କଜ୍ ନୋଟିସ୍ ଜାରି କରିଛି ବିଏମସି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନରଖିଲେ ଉକ୍ତ ଭେଣ୍ଡି ଜୋନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Special report
ତେବେ ଶନିବାର ଠାରୁ କାର ଖାନାକୁ ସିଲ୍ କରାଯାଇଥିବାବେଳେ ଏଯାବତ୍ ଏନେଇ କାହାର ଉତ୍ତର ହସ୍ତଗତ ହୋଇନାହିଁ। ତେବେ ଜନପଥର ବାମପାର୍ଶ୍ବରେ ପ୍ରାୟ ୧୫୦୦ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି।
ଜନପଥ କଡ଼ରେ ବସୁଥିବା ବ୍ୟବସାୟୀଙ୍କୁ ପର୍ଯ୍ୟାୟକ୍ରମେ ଏଥିରେ ଥଇଥାନ କରାଯାଇଛି। ଭଡ଼ାରେ ନେଇ ଭେଣ୍ଡିଂ ଜୋନ ଖୋଲୁଥିବା ୨ ଯାଙ୍କର ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.