Movie prime

ବିଦ୍ୟୁତ୍ ବିଭାଗ ର ଟ୍ରାଫିକ ପୋଲିସ କାଟିଲା ଫାଇନ, ଥାନା ର ଲାଇନ କାଟିଲେ ଲାଇନ ମ୍ୟାନ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୋଲିସ ଚାଲାଣ କାଟିବାରୁ ପୋଲିସ ଚେକପୋଷ୍ଟର ଲାଇନ କାଟିଦେଲେ ଲାଇନ ମ୍ୟାନ। ଯାହାଫଳରେ ବିଦ୍ୟୁତ୍ ନଥିବାରୁ ପୋଲିସ କର୍ମଚାରୀଙ୍କୁ ଅନ୍ଧାରରେ ରାତି ବିତାଇବାକୁ ପଡିଲା।
ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ସିଲୋରି ଥାନାରେ ଏହିପରି ଏକ ଘଟଣା ଘଟିଛି। ସେଠାରେ ଗାଡି ଚେକିଂ ସମୟରେ ଏକ ଲାଇନ ମ୍ୟାନର ଚାଲାଣ କାଟିଥିଲେ ପୋଲିସ।
ଗାଡି ଚଲାଉଥିବା ସମୟରେ ତାଙ୍କ ପାଖେ ବୈଧ କାଗଜପତ୍ର ନଥିବାରୁ ତାଙ୍କ ଠାରୁ ୫୦୦ ଟଙ୍କାର ଜୋରିମାନା ଆଦାୟ କରା ଯାଇଥିଲା। 
ସିଲୋରି ଥାନାର ଇନଚାର୍ଜ ଗାଡି ଚେକିଂ କରୁଥିବା ବେଳେ ବରସେର ସବ୍ ଷ୍ଟେସନର ଲାଇନ ମ୍ୟାନ ଭଗବାନ ସ୍ୱରୂପ ବାଇକ ଯୋଗେ ଆସୁଥିଲେ ।
ଇନ୍ସପେକ୍ଟର ମୋଦୀ ସିଂ ଲାଇନ ମ୍ୟାନଙ୍କୁ ଅଟକାଇ କାଗଜପତ୍ର ଦେଖାଇବାକୁ କହିଥିଲେ। ଏହା ଶୁଣି ତାଙ୍କ ପାଖେ ଏବେ ଗାଡିର ବୈଧ କାଗଜପତ୍ର ନଥିବା କଥା ଇନ୍ସପେକ୍ଟରଙ୍କୁ କହିଥିଲେ ଲାଇନ ମ୍ୟାନ। 
ସେ ଘରକୁ ଯାଇ କାଗଜପତ୍ର ଆଣି ଦେଖାଇବି ବୋଲି କହିଥିଲେ ମଧ୍ୟ ଇନ୍ସପେକ୍ଟର ମୋଦୀ ସିଂ ତାଙ୍କ କଥାରେ ରାଜି ହୋଇ ନଥିଲେ। ଇନ୍ସପେକ୍ଟର ତାଙ୍କ କଥା ନଶୁଣି ଚାଲାଣ କାଟି ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଲାଇନ ମ୍ୟାନ।
ଆଉ ତା’ପରେ ଯାହା କଲେ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି। ୫୦୦ ଟଙ୍କା ଚାଲାଣ କଟାଯିବା ନେଇ ମନେ ମନେ ଖୁବ ବିରକ୍ତି ହୋଇଥିଲେ ଲାଇନ ମ୍ୟାନ ଭଗବାନ ସ୍ୱରୂପ। ପୋଲିସ ବାବୁ ତାଙ୍କ କଥାରେ ରାଜି ନ ହେବାରୁ ଓ ୫୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ।  
ଏହାପରେ ଅସନ୍ତୋଷ ପ୍ରକାଶ କରି ପୋଲିସ ବାବୁ କାର୍ଯ୍ୟ କରୁଥିବା ଥାନାର ବିଦ୍ୟୁତ କନେକ୍ସନ କାଟି ଦେଇଥିଲେ ଲାଇନ ମ୍ୟାନ। ଏନେଇ ଲାଇନ ମ୍ୟାନ ଜଣକ କହିଛନ୍ତି କି, ପୋଲିସ ଷ୍ଟେସନର ବିନା ବୈଧ ଅନୁମତିରେ ବିଜୁଳି ସଂଯୋଗ ଦିଆ ଯାଇଥିଲା।
ଏହା ଜାଣିପାରି ଲାଇନ ମ୍ୟାନଙ୍କୁ ପ୍ରତିଶୋଧ ନେବାର ସୁଯୋଗ ମିଳି ଯାଇଥିଲା। ଯାହାପରେ ସେ ଯାଇ ପୋଲିସ ଚେକପୋଷ୍ଟର ଲାଇନ କନେକ୍ସନ କାଟି ଦେଇଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.