Movie prime

ପ୍ରବଳ ଖରା ରେ ବାହାରେ ବୁଲି ଯୁବକ ର ଜୀବନ ଗଲା..ଓଡ଼ିଶା ରେ ଖରା ନୁହେଁ, ହେଉଛି ନିଆଁ ବର୍ଷା..

 
Yy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ କିଭଳି ଭାବେ ରୋଦ୍ର ତାପ ବଢିବାରେ ଲାଗିଛି।ଖରା ରେ ଛଟ ପଟ ହେଉଛନ୍ତି ରାଜ୍ୟ ବାସୀ।ତେବେ ଏଭଳି ପରିସ୍ଥିତି ରେ ଆସିଚି ଏକ ବଡ ଦୁଃଖଦ ଖବର।
ଅଂଶୁଘାତ ରେ ଚାଲି ଯାଇଛି ଜଣେ ବ୍ୟକ୍ତି ଙ୍କ ଜୀବନ।ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବୋଇସିଆ ବ୍ଲକ ଅନ୍ତର୍ଗତ ମାଣ୍ଡିଆପଥର ଗାଁ ରେ।ସେଠାରେ ରହୁଥିବା ଅମର ନାମକ ବ୍ୟକ୍ତି ଙ୍କ କାଲି ରାତି ରେ ଅଂଶୁଘାତ ରେ ମୃ-ତ୍ୟୁ ହୋଇ ଯାଇଛି।
Jj
ଯାହାକୁ ନେଇ ଗାଁ ରେ ଶୋକ ର ପରିବେଶ ସୃଷ୍ଟି ହୋଇଛି।ତେବେ ସୂଚନା ଅନୁସାରେ ଅମର ଜଣେ ଦିନ ମଜୁରୀଆ ଅଟନ୍ତି।ଘର ର ଏକମାତ୍ର ରୋଜଗାରିଆ ପୁଅ ଥିଲେ।ଘରେ ସ୍ତ୍ରୀ ପିଲା ଓ ବାପା ମା ରୁହନ୍ତି।
ଦିନ ରେ ବାହାରେ କାମ କରି ରାତି ରେ ଘର କୁ ଫେରି ଥିଲେ।ଏହି ସମୟ ରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ଯାଇ ଥିଲା।ତାଙ୍କୁ କିଛି ସମୟ ଶୋଇ ଯିବାକୁ କୁହା ଗଲା।ଏହା ପରେ ତାଙ୍କ ପାଟି ରୁ ଲାଳ ବାହାରି ଥିଲା।
Hh
ଏହା ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବଲାଙ୍ଗୀର ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା।ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲା।ଏହା ଶୁଣିବା ପରେ ତାଙ୍କ ସ୍ତ୍ରୀ ଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା।
ନିଜକୁ ସେ ସମ୍ଭାଳି ପାରି ନ ଥିଲେ।ତାଙ୍କ ଭାଇ ଏ ନେଇ ସୂଚନା ଦେଇଥିଲେ କି ଅମର ଙ୍କ ମୃ-ତ୍ୟୁ ଅତ୍ୟଧିକ ଖରା ଯୋଗୁଁ ହୋଇଚି।ସେ ଖରା ରେ କାମ କରିବାକୁ ଯାଇ ଥିଲେ।ଅଂଶୁଘାତ ରେ ଦେହ ଖରାପ ହୋଇ ଯାଇ ଥିଲା।
ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ତାଙ୍କ ପରିବାର କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।ତେବେ ରାଜ୍ୟ ରେ କିଭଳି ଭାବେ ଖରା ହେଉଚି ତାହା ଆପଣ ମାନେ ସମସ୍ତେ ଜାଣି ଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.