Movie prime

ଏଥର ଓଡ଼ିଶା ରେ ହେବ ପ୍ରଚଣ୍ଡ ଖରା, ଜଳିବ ଓଡ଼ିଶା..୪୭ ରୁ ୫୦° c ଉତ୍ତାପ ରେ କଲବଲ ହେବେ ଓଡ଼ିଶା ବାସୀ..

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆହୁରି ସିଝିବ ଓଡ଼ିଶା କାରଣ ବର୍ଷା ଏବେ ସାତ ସପନ ପାଲଟି ଯାଇଛି। ସେଥିପାଇଁ ଆଉ ପାଞ୍ଚଦିନ ପର୍ଯ୍ୟନ୍ତ ଏହି ଖରା ରୁ ନିସ୍ତାର ମିଳିବ ନାହିଁ। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ପ୍ରବାହ ଜାରୀ ରହିବ।
ଉତ୍ତର ଓ ଉତ୍ତର ପଶ୍ଚିମ ରୁ ଶୁଷ୍କ କରିବାରୁ ଗ୍ରୀଷ୍ମ ପ୍ରବାହ ଅଧିକରୁ ଅଧିକ ଅନୁଭୂତ ହେଉଥିବା କଥା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ପାରାଦୀପ ଓ କେନ୍ଦ୍ରାପଡ଼ା ଜିଲା କୁ ଆଲର୍ଟ କରିଛି ପାଣିପାଗ।
Hh
ଅଧିକରୁ ଅଧିକ ଏବେ ଅନୁଭୂତ ହେବ ଗରମ ବୋଲି ଜଣା ପଡ଼ିଛି।୨୪ ଓ ୨୫ ରେ ଗରମରୁ ଅତ୍ୟଧିକ ଭାବରେ ଗରମ ହେବା କଥା ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି।
ଉତ୍ତର କୋଷ୍ଟାଲ୍ ଓଡ଼ିଶାରେ ରହିବାର ସମ୍ଭାବନା ରହିଛି। ବାଲେଶ୍ଵର, କଟକ, ଯାଜପୁର ଗଞ୍ଜାମ , ଗଜପତି, କେନ୍ଦ୍ରାପଡ଼ା ,ଜଗତସିଂହପୁର , ଭଦ୍ରକ , ଖୋର୍ଦ୍ଧା, ନୟାଗଡ଼, ରେ ଏହି ଗ୍ରୀଷ୍ମ ପ୍ରବାହ ଜାରୀ ରହିବାର ସମ୍ଭାବନା ରହିଛି।
୨୬ ଓ ୨୭ ତାରିଖ ପାଇଁ ମଧ୍ୟ ଅରେଞ୍ଜ ୱାର୍ଣିଂ ଜାରୀ କରିଛି ବିଭାଗ।୨୩ ,୨୪ , ୨୫ରେ ୟେଲୋ ୱାର୍ଣିଂ ଜାରି କରାଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୧୬ ଟି ସହରର ତାପମାତ୍ରା ୪୦° ରୁ ଅଧିକ ରେକର୍ଡ କରାଯାଇଛି।
Nn
ଭୁବନେଶ୍ଵର ମଧ୍ୟ ୪୩.୮° ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନରେ କାଳ ବୈଶାଖୀ ର କିଛି କିଛି ସ୍ଥାନରେ ପ୍ରଭାବ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି।
ଖରାରେ ପୁଣି ଥରେ ସିଝିବାକୁ ଯାଉଛି ସାରା ଓଡ଼ିଶା। ବର୍ଷା କଥା ଶୁଣି ସମସ୍ତେ ଆଶ୍ଵସ୍ତି ପାଇଥିବା ବେଳେ ଏବେ ଖରା କଥା ଶୁଣି ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି। କାରଣ ଏହି ପ୍ରଚଣ୍ଡ ଖରାରେ
ବାହାରକୁ ବାହାରିବା ଲୋକ ମାନଙ୍କ ପାଇଁ ଖୁବ୍ କଷ୍ଟ ହୋଇ ପଡୁଛି ତେବେ ଏହି ଅସହ୍ୟ ତାତି କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.