Movie prime

୩ ଦିନର ସଂଘର୍ଷ ପରେ ଶ-ବ ଗଦା ତଳୁ ଜୀବନ୍ତ ଫେରିଲା ଏହି କୁନି ପୁଅ ଦେଖନ୍ତୁ କେମିତି ଥିଲା କଷ୍ଟ - Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଲେଶ୍ଵର ବାହାନାଗା ଟ୍ରେନ ଦୁ-ର୍ଘ-ଟ-ଣାରେ ୨୭୫ ଜଣ ଯାତ୍ରୀଙ୍କର ମୃ-ତ୍ୟୁ ହୋଇଛି ଏବଂ ଏକ ହଜାରରୁ ଅଧିକ ଲୋକ ଆହାତ ହୋଇଛନ୍ତି। ଏହି ରେଳ ଦୁ-ର୍ଘ-ଟ-ଣାରେ ସମଗ୍ର ଦେଶକୁ ସ୍ଥବ୍ଧ କରିଦେଇଛି।
ବାଲେଶ୍ଵର ଭୋଗରାଇର ଏହି ୧୦ ବର୍ଷର ଶିଶୁ ବାହାନାଗାରେ ହୋଇଥିବା ଟ୍ରେନ ଦୁ-ର୍ଘ-ଟ-ଣାରେ ସାତ ଗୋଟି ଶବ ତଳେ ଫସି ରହିଥିଲା। ସେହି ଶିଶୁଟିର ମୁଣ୍ଡରେ ଆଉ ମୁହଁରେ ବହୁତ କ୍ଷତ ଚିହ୍ନ ରହିଛି। 
ଶନିବାର ଗ୍ରାମବାସୀଙ୍କ ସାହାଯ୍ୟରେ ତା ବଡ଼ ଭାଇ ତାକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲା। ପଞ୍ଚମ ଶ୍ରେଣୀରେ ପଢୁଥିବା ଏହି ବାଳକଟିର ନାମ ହେଉଛି ଦେବାଶିଷ।
Special Report
ଦେବାଶିଷ ଏବେ କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛି। ଶୁକ୍ରବାର ଦେବାଶିଷ କରମଣ୍ଡଳ ଏକ୍ସପ୍ରେସରେ ନିଜ ପରିବାର ସଦସ୍ୟଙ୍କ ସହିତ ଭଦ୍ରକ ଯାଉଥିଲେ। 
ଦେବାଶିଷ କହିଛନ୍ତି ଯେ, ତାଙ୍କ ବାପା ଭଦ୍ରକ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଟିକେଟ ବୁକ୍ କରିଥିଲେ, ସେଠାରେ କକା ଓ ଖୁଡି ଆମ ସମସ୍ତଙ୍କୁ ନେବା ପାଇଁ ଅପେକ୍ଷା କରି ରହିଥିଲେ। ସେଠାରୁ ଆମେ ପୁରୀ ଯିବାକୁ ଚେଷ୍ଟା କରିଥିଲୁ।
କିନ୍ତୁ ଟ୍ରେନ ଦୁ-ର୍ଘ-ଟ-ଣା ହେବା ପୂର୍ବରୁ ଦେବାଶିଷ ତାଙ୍କ ମାଆଙ୍କ କୋଳରେ ବସିଥିଲେ। ହଠାତ୍ ଭୟଙ୍କର ଶବ୍ଦ ହେଲା ଓ ବଡ ଧରଣ ଧକ୍କା ଲାଗିଥିଲା। ଏହାପରେ ଚାରିଆଡ଼େ ଅନ୍ଧାର ହୋଇଗଲା। 
ଦେବାଶିଷଙ୍କର ଚେତା ବୁଡ଼ି ଯାଇଥିଲା। ଆଉ ଦେବାଶିଷ ଯେତେବେଳେ ଆଖି ଖୋଲିଲେ ସେତେବେଳେ ସେ ନିଜକୁ ଶବ ଭିତରେ ଫସି ରହିଥିବାର ଦେଖିଥିଲେ।
ଦେବାଶିଷଙ୍କ ବଡ଼ ଭାଇ ସୁବାସିଶ ଯିଏ କି ଦଶମ ଶ୍ରେଣୀରେ ପଢୁଥିଲେ। ସେ ଦୁଇଦିନ ଧରି ଅନ୍ଧାରରେ ଖୋଜି ଖୋଜି ଶେଷରେ ସାନ ଭାଇକୁ ଖୋଜି ପାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.