Movie prime

ଆଜିଠୁ ୩ ଦିନ ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା ଦେଖନ୍ତୁ କେଉଁ ସବୁ ଜିଲ୍ଲା ରହିବେ ସାବଧାନ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସୁଛି ଆଉ ଏକ ବଡ଼ ବର୍ଷା ଆଉ ଏକ ଲଘୁଚାପ ୧୨ ତାରିକ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା।
Special Report
ତେବେ ଗତ କାଲି ପାଗ ମଧ୍ୟ ଶୁଖିଲା ରହିଥିବା ବେଳେ ଆଜିପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା କାଲି ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି ତେବେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। 
ସେହିପରି ୧୩ ତାରିଖ ବେଳକୁ ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେସବୁ ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।
Special report
ତେବେ ପାଣିପାଗର ଆକଳନ ଅନୁସାରେ ରାଜ୍ୟରେ ସାମାନ୍ୟ ବର୍ଷା କମିଥିବା ବେଳେ ପୁଣି ଫେରୁଛି ବଡ଼ ବର୍ଷା। ଲଘୁଚାପ ଦୁର୍ବଳ ହେବା ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ। ତେବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ସାଙ୍ଗକୁ ବର୍ଷା ଜାରି ରହିବ ବୋଲି ସତର୍କ ସୂଚନା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 
ସେହିପରି ୧୨ ତାରିକ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ
Special Report
 ତେବେ ୧୨ ଏବଂ ୧୩ ତାରିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ତେବେ ବନ୍ଧୁଗଣ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା।
ଏବଂ ଜଗତସିଂହପୁର, କଟକ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।
ଆଉ ଆସନ୍ତା କଲି ୧୨ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସେହି ୧୨ ଜିଲ୍ଲା ହେଉଛି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ।