Movie prime

ସୋସିଆଲ ମିଡିଆରେ ଘୁରି ବୁଲୁଛି ୩ ଫୁଟାଇ ନେତା ଙ୍କ ଭିଡିଓ ଦେଖନ୍ତୁ ଏହାଙ୍କ କାର୍ଯ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଦୁଇ ଫୁଟିଆ ନେତା। ବୟସ ହେଉଛି ତାଙ୍କର ୩୫ ବର୍ଷ। ହେଲେ ତାଙ୍କର ଉଚ୍ଚତା ମାତ୍ର ହେଉଛି ତିନି ଫୁଟ ନଅ ଇଞ୍ଚ।
ଉତ୍ତରପ୍ରଦେଶ ର ମୌରାଦାବାଦ ପୌର ନିର୍ବାଚନ ପାଇଁ ପରବେଶ ଚାୱଲା ଙ୍କ ନାମାଙ୍କନ ଦାଖଲ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। ପ୍ରଥମ ଥର ପାଇଁ ସେ ନିର୍ବାଚନ ମଇଦାନ କୁ ଓହ୍ଲାଇ ଛନ୍ତି।
ହେଲେ ଏବେ ସେ ତାଙ୍କ ଉଚ୍ଚତା କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଉଚ୍ଚତା କୁ ସେ ନିଜର ଦୁର୍ବଳତା ନୁହେଁ ବରଂ ସେ ଏହାକୁ ତାଙ୍କର ଶକ୍ତି ରେ ପରିଣତ କରିଛନ୍ତି ପରବେଶ। ତାଙ୍କର ଉଚ୍ଚତା ହିଁ ସାଜିଛି ଭୋଟର ମାନଙ୍କର ଦୃଷ୍ଟି ଆକର୍ଷଣ ର କେନ୍ଦ୍ର ବିନ୍ଦୁ।
ଏହାକୁ ସେ ଭୋଟର ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି। ଭୋଟର ମାନେ ମଧ୍ଯ ତାଙ୍କୁ ଦେଖି ଖୁବ ଖୁସୀ ହୋଇ ଯାଇଛନ୍ତି।
ଏବଂ ତାଙ୍କୁ ଦେଖି ଖୁସୀ ରେ ତାଙ୍କ ମୁଣ୍ଡରେ ହାତ ମାରି ଆଶୀର୍ବାଦ ମଧ୍ୟ ପ୍ରଦାନ କରୁଛନ୍ତି। ସେ ସାଧାରଣ ନେତା ଙ୍କ ଭଳି ପ୍ରତ୍ୟେକ ଭୋଟର ମାନଙ୍କ ଘରେ ବୁଲିବା ସହ ସେମାନଙ୍କ ନିକଟରୁ ଭଲ ପାଇବା ମଧ୍ୟ ସାଉଁଟି ଛନ୍ତି।
ତାଙ୍କୁ ମଧ୍ୟ ଭୋଟର ମାନଙ୍କ ନିକଟରୁ ବେଶ ଭଲ ପାଇବା ମିଳିଛି। ଆଉ ସେ ଆଶା କରିଛନ୍ତି ଏହି ଯେଉଁ ଭଲ ପାଇବା ତାଙ୍କୁ ମିଳିଛି ଏହା ନିଶ୍ଚିତ ଭାବରେ ଭବିଷ୍ୟତ ରେ ତାଙ୍କୁ ସାହାଯ୍ୟ କାରୀ ହେବ।
ନାମାଙ୍କନ ଦାଖଲ ର ଶେଷ ଦିନରେ ସେ ୨୧ ନମ୍ୱର୍ ୱାର୍ଡ ରୁ ପାର୍ଥି ଭାବରେ ନାମାଙ୍କନ ଦାଖଲ କରିଛନ୍ତି। ଏହା ପରଠାରୁ ହିଁ ସେ ନିଜର ପ୍ରଚାର କୁ ମଧ୍ୟ ଜୋରଦାର କରିବାରେ ଲାଗି ପଡ଼ିଛନ୍ତି।
ନାମାଙ୍କନ ଦାଖଲ ପରେ ସେ ସିଧା ସଳଖ ଲୋକ ମାନଙ୍କ ପାଖକୁ ଯାଇ ତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝୁ ଛନ୍ତି। ଆଉ ନିର୍ବାଚନରେ ରେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେ ସାଧାରଣ ଜନତା ଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.