Movie prime

ଟ୍ରେନ୍ ପଛରେ କାହିଁକି ଥାଏ X ଚିହ୍ନ ଜାଣନ୍ତୁ ଆଜି ଏହାର ରହସ୍ୟ

 
Special Report
ଆପଣମାନେ ଜାଣିଛନ୍ତି କି ଟ୍ରେନ ପଛରେ ଯେଉଁ କ୍ରଶ ଥାଏ ତାହା କଣ ପାଇଁ ରହିଛି?ଏହି ଚିତ୍ର ଟି ଟ୍ରେନର ଶେଷ ବଗି ରେ ହିଁ ରହିଥାଏ।କାହିଁକି ରହିଥାଏ ତାହା କେହି ଜାଣି ପାରନ୍ତି ନାହିଁ।ଭାରତର ରେଳ କୁ ଦେଶର ଲାଇଫ ଲାଇନ୍ ବୋଲି କୁହାଯାଏ।
ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକେ ଏଥିରେ ଯାତ୍ରା କରନ୍ତି।ଆପଣମାନେ ଟ୍ରେନ ବିଷୟରେ ସବୁ କିଛି ଜାଣି ନଥିବେ।ଆପଣମାନେ ଏହା ଅନେକ ଥର ଦେଖିଥିବେ ଯେ ଟ୍ରେନ ର ପଛରେ ଏକ ବଡ଼ ସାଇଜ ର ଏକ୍ସ ନିଶ୍ଚିତ ଭାବରେ ଲେଖା ଯାଇଥାଏ।
ଏମିତି କୌଣସି ଭାରତୀୟ ରେଳ ନାହିଁ ଯାହା ପଛରେ ଏଭଳି ଏକ୍ସ୍ ଚିହ୍ନ ରହିଥାଏ।ଏହି ଚିହ୍ନ ପଛରେ ବିରାଟ ବଡ଼ କାରଣ ରହିଛି।ଅଧିକାଂଶ ଯାତ୍ରା ମାନେ ଟ୍ରେନ ର ଶେଷ ବଗି ରେ ଏହି ଏକ୍ସ ର ବଡ଼ ଚିହ୍ନ ନିଶ୍ଚିନ୍ତ ଦେଖିଥିବେ।ଭାରତୀୟ ଦଳର ପ୍ରତିଟି ପ୍ୟାସେଞ୍ଜର ଟ୍ରେନର ପଛରେ କଣ ପାଇଁ ଏମିତି ଚିହ୍ନ ରହିଥାଏ କେବେ ଭାବିଛନ୍ତି କି?
ଟ୍ରେନର ପଛରେ ହୋଇଥିବା ଏହି ଚିହ୍ନ କେବଳ ଧଳା ଆଉ ହଳଦିଆ ରଙ୍ଗର ହୋଇଥାଏ।ଭାରତୀୟ ରେଳର ନିୟମ ଅନୁସାରେ ଏହି ଚିହ୍ନ ପ୍ରତି ପ୍ୟାସେଞ୍ଜର ଟ୍ରେନର ଶେଷ ବଗି ର ପଛରେ ହେବା ନିଶ୍ଚିନ୍ତ ଜରୁରୀ।
ଏହା ବ୍ୟତୀତ ଆପଣମାନେ ଅନେକ ଟ୍ରେନର ପଛ ବଗି ରେ ଏଲ ଭି ଲେଖା ହେବା ସହିତ ଏକ ଲାଲ ରଙ୍ଗର ଲାଇଟ୍ ଧପ ଧପ୍ ହେଉଥିବାର ଦେଖିଥିବେ।ଏମିତି ଚିଂହ୍ନ ରହିବା ହେଉଛି ରେଳବାହିର ଏକ ସିକୁରିଟି କୋର୍ଡ।ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଏମିତି ଚିହ୍ନ କରାଯାଇଥାଏ।
ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି।ଯଦି କୌଣସି ଟ୍ରେନରେ ଏମିତି ଚିହ୍ନ ନଥାଏ ତେବେ ଟ୍ରେନରେ କିଛି ତ୍ରୁଟି ଥିବା ଜଣାଯାଏ।
କିମ୍ବା ଟ୍ରେନର ଏକ ବଗି ଅଧା ବାଟରେ ଅଲଗା ହୋଇଯାଇଛି ବୋଲି ରେଳ କର୍ମଚାରୀ ମାନେ ଜାଣି ପାରନ୍ତି। ଯାହା ରେଳ କର୍ମଚାରୀ ମାନଙ୍କ ପାଇଁ ଏକ ପ୍ରକାରର ସତର୍କ ସୂଚନା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.