Movie prime

କ୍ୟାମେରା ଆଗକୁ ଆସି ଖୋଲା ଖୋଲି ଭାବେ କହିଲେ ଟୁଟୁ ନାୟକ ଙ୍କ ଓକିଲ : ବେକାର ଟା ରେ ନିର୍ଦ୍ଦୋଷ ଟୁଟୁ ୪ ଦିନ ଜେଲ୍ ରେ କଷ୍ଟ ପାଇଲେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗତ ଚାରି ଦିନ ତଳେ ଓଲିଉଡ ର ନାମୀ ଦାମୀ ପ୍ରଯୋଜକ ଟୁଟୁ ନାୟକ ଙ୍କୁ ଗିରଫ କରା ଯାଇଥିଲା।ତାଙ୍କୁ ହାଜତ ରେ ରଖା ଯାଇଥିଲା।ଜଣେ ମହିଳା ସାମ୍ବାଦିକ ଙ୍କୁ ଖରାପ ବ୍ୟବହାର ଦେଖାଇ ଥିବା ହେତୁ ଓ ତାଙ୍କ ସହିତ ଅସଦାଚରଣ କରିବା ହେତୁ ତାଙ୍କୁ ଗିରଫ କରା ଯାଇଥିଲା।
Special report
ସେହି ଦିନ ଠାରୁ ସୋସିଆଲ ମିଡିଆରେ ଏହି କଥା କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ଏବେ ପ୍ରଯୋଜକ ଟୁଟୁ ନାୟକ ଙ୍କୁ ଜାମିନ ମିଳିଚି।ଚାରି ଦିନ ପରେ ଜେଲ ରେ ରହି ସେ ଘର କୁ ଫେରିଛନ୍ତି।
ସୂଚନା ଅନୁସାରେ ପ୍ରଯୋଜକ ଟୁଟୁ ନାୟକ କିଛି ଦିନ ହେବ ବହୁତ ଚର୍ଚ୍ଚା ରେ ରହୁଛନ୍ତି।ତାଙ୍କର ଅଭିନେତା ମନୋଜ ମିଶ୍ର ଙ୍କ ସହିତ ବିବାଦ ଲାଗି ରହିଛି।ସେ ମନୋଜ ମିଶ୍ର ଙ୍କୁ ତାଙ୍କ ଫିଲ୍ମ ପାଇଁ ବ୍ୟାନ କରିଥିଲେ।
ଯାହାକୁ ନେଇ ଅନେକ କଥା ଶୁଣିବାକୁ ମିଳି ଥିଲା।ଏହା ପରେ ଜଣେ ମହିଳା ସାମ୍ବାଦିକ ତାଙ୍କୁ ତାଙ୍କ ବିବାଦ ବିଷୟ ରେ ପଚାରି ବାକୁ ଆସି ଥିଲେ।ହେଲେ ଟୁଟୁ ନାୟକ ତାଙ୍କ ହାତ କୁ ଧରି ପକାଇ ଥିଲେ।
Special report
ତାଙ୍କ ପିଠି କୁ ଥାପୁଡେଇ ଦେଇଥିଲେ।ଓ ମହିଳା ଙ୍କ ଗାଲ କୁ ଧରି ଥିଲେ।ଏହା ଯୋଗୁଁ ମହିଳା ସାମ୍ବାଦିକ ଜଣକ ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ତାଙ୍କୁ ଗିରଫ କରା ଯାଇ କୋର୍ଟ କୁ ପଠାଇ ଦିଆ ଯାଇଥିଲେ।
ଚାରି ଦିନ ପ୍ରଯୋଜକ ଟୁଟୁ ନାୟକ ଜେଲ ରେ ରହିବା ପରେ ତାଙ୍କୁ ଏବେ ଜାମିନ ମିଳିଚି।ଓ ସେ ଆଜି ଘର କୁ ଫେରିଛନ୍ତି।ଏଥି ପାଇଁ ସେ କୋର୍ଟ କୁ ୫୦ ହଜାର ଟଙ୍କା ଦେଇଛନ୍ତି।
ଏହା ସହିତ କୋର୍ଟ କିଛି ସର୍ତ୍ତ ମଧ୍ୟ କରିଛନ୍ତି।ସେ କୌଣସି ପ୍ରକାର ସାମ୍ବାଦିକ ମହିଳା ଙ୍କୁ ଧମକାଇ ବେ ନାହିଁ।ତାଙ୍କ ଓକିଲ କହିଛନ୍ତି କି ଟୁଟୁ ନାୟକ ନିର୍ଦ୍ଧୋଷୀ ଅଟନ୍ତି।ସେଥିପାଇଁ ତାଙ୍କୁ ବହୁତ ଜଲଦି ନ୍ୟାୟ ମିଳିବ।ଏବେ ଦେଖିବାକୁ ବାକି ରହିଲା କେବେ ତାଙ୍କୁ ନ୍ୟାୟ ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.