Movie prime

ସେ ଟୁଟୁ ନାୟକ କୁ ଗିରଫ କରି ପୋଲିସ ଠିକ୍ କାମ କରିଛି, ରାଗ ରେ ରକ୍ତ ଚାଉଳ ଚୋବେଇଲେ ସୁର ରାଉତରାୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଆଉ ସାରା ଓଡ଼ିଶାରେ ତାଙ୍କର ଅନେକ ଫ୍ୟାନ ମାନେ ମଧ୍ୟ ରହିଛନ୍ତି।
Special report
ସେ ଯାହା କହିଥାନ୍ତି ତାହା ସେ ମୁହେଁ ମୁହେଁ ହିଁ କୁହନ୍ତି।ତାଙ୍କର କଥା କହିବାର ଶୈଳୀ ମଧ୍ୟ ଲୋକ ମାନଙ୍କୁ ଖୁବ୍ ପଦଣ୍ଡ ଆସିଥାଏ। ଆଉ ପ୍ରାୟ ସମୟରେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଖୁବ ଭାଇରାଲ ହୋଇଥାଏ।
ଏହାକୁ ମଧ୍ୟ ଲୋକମାନେ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଓଲିଉଡ଼ ଇଣ୍ଡଷ୍ଟ୍ରି କିଭଳି ଭାବରେ ବିବାଦ ଘେରରେ ରହିଛି।
ଆଉ ଏହାକୁ ନେଇ ବିଧାୟକ ସୁର ରାଉତ ରାୟ ମଧ୍ଯ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ସାମ୍ବାଦିକ ମାନେ ଯେଉଁ ଆନ୍ଦୋଳନ କରିଥିଲେ ସେଥିରେ ଲୋକଙ୍କ ସମର୍ଥନ ତାଙ୍କୁ ମିଳିଥିଲା। ଆଉ କଂଗ୍ରେସ ଦଳ ମଧ୍ଯ ଏଥିପାଇଁ ତାଙ୍କୁ ସମର୍ଥନ କରିଥିଲା।
Special report
ସାମ୍ବାଦିକା ଜଣଙ୍କର ଯେଉଁ ସମ୍ମାନ ହାନି ହୋଇଥିଲା କାରଣ ତାଙ୍କୁ ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ସେଥିପ୍ରତି ସରକାର୍ ମଧ୍ଯ ତାଙ୍କର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୁର ରାଉତ ରାୟ କହିଥିଲେ କି ମିଡ଼ିଆ ଭାଇ ମାନଙ୍କୁ ଯେଉଁ ସବୁ ବଡ଼ ବଡ଼ ଅଫିସ୍ କୁ ଛଡ଼ା ଯାଉ ନାହିଁ ଏହା ହେଉଛି ଏକ ବଡ଼ ଦୁଃଖ ର ବିଷୟ ଅଟେ। ମିଡ଼ିଆ ବାଲା ଙ୍କ ପ୍ରତି ଚାରିଆଡ଼େ ଅତ୍ୟାଚାର ହେଉଛି ଏବଂ ତାଙ୍କୁ ମାରପିଟ୍ ମଧ୍ୟ କରାଯାଉଛି।
ଆଉ କାଲି ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସାମ୍ବାଦିକା ଙ୍କ ପ୍ରତି ଏହା ଦ୍ବାରା ଲୋକ ସଚେତନ ହେବେ, ସାମ୍ୱାଦିକ ମାନଙ୍କ ପ୍ରତି ଆଉ କେହି ଅତ୍ୟାଚାର କରିବେ ନାହିଁ।
କେହି ମଧ୍ୟ କୌଣସି ପ୍ରକାରର ଅସୁବିଧା କରିବେ ନାହିଁ ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି। ତେବେ ଆପଣ ମାନେ ସୁର ରାଉତ ରାୟ ଙ୍କ କଥାରେ କେତେଦୂର ଏକମତ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.