Movie prime

ଆସିଲା ବଡ ବଡ ଖବର ଏପ୍ରିଲ ମାସର ଆରମ୍ଭରୁ ହେବ ଏହି ବଡ ପରିବର୍ତ୍ତନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ଲୋକମାନେ ପ୍ରାୟତଃ କିଛି ବିଜନେସ ହେଉ ବା ଅନ୍ୟାନ୍ୟ କୌଣସି ଟଙ୍କା ଲେଣଦେଣ କାରବାର ଅନଲାଇନ୍ ମାଧ୍ୟମରେ କରୁଛନ୍ତି ।
ଫୋନ ପେ, ଗୁଗୁଲ ପେ, ପେଟିମ୍ ଆଦି ଅନେକ ପ୍ରକାରର ଆପ୍ ସାହାଯ୍ୟରେ ଟଙ୍କା ଦେଉଛନ୍ତି । ଏବେ ଲୋକମାନେ କୌଣସି ସ୍ଥାନକୁ କିଛି କିଣିବା ପାଇଁ ଯାଉଥିଲେ ସେମାନେ ଅନଲାଇନ୍ ଦ୍ଵାରା ଟଙ୍କା ଦେଉଛନ୍ତି । 
ଏବେ ଏହାକୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି । ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବ UPI ପେମେଣ୍ଟ । ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ ଲାଗିବ ଏକ୍ଟ୍ରା ଚାର୍ଜ ।
ଆପଣ ଯଦି ଅନଲାଇନରେ ଟଙ୍କା ଦେବା ନେବା କରୁଛନ୍ତି ଅନେକ ଅନଲାଇନ୍ ଆପ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ବିଷୟରେ ଆପଣମାନେ ଜାଣିବା ନିହାତି ଦରକାର ଅଟେ । ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । 
ଏହି ସର୍କୁଲାର୍ ହିସାବରେ ଏପ୍ରିଲ ୧ ତାରିଖରୁ ୟୁପିଆଇ ପେମେଣ୍ଟ ଉପରେ ଯୁପିଆଇ ଚାର୍ଜ ଲାଗୁ ହେବ ବୋଲି ସୁପାରିଶ କରାଯାଇଛି । ଏହା ହେଉଛି ପଇସା ପଠାଇବା ସହ କିଛି ଚାର୍ଜ ଲାଗିବ ।
୦.୫ ରୁ ୧.୧ ପ୍ରତିଶତ ୟୁପିଆଇ ଚାର୍ଜ ଲଗାଯିବ ବୋଲି ଯୋଜନା କରୁଛି କଂପାନୀ । ୨୦୦୦ ଟଙ୍କାରୁ ଅଧିକ ଟଙ୍କା ପଠାଇଲେ ଏହି ନିୟମ ଲାଗୁ ହେବ । ଏପ୍ରିଲ ୧ ତାରିଖ ପରେ ୨ ହଜାର ଟଙ୍କାରୁ ଅଧିକ ପଠାଇଲେ ଏହି ୟୂପିଆଇ ଚାର୍ଜ ଲାଗିବ ।
ପୂର୍ବରୁ ଆପଣମାନେ ଜାଣିଥିବେ ୟୁପିଆଇ ସାହାଯ୍ୟରେ ଅର୍ଥାତ୍ ୟୁପିଆଇ ଆପ ଗୁଡ଼ିକ ଯଥା ଫୋନ ପେ, ଗୁଗୁଲ ପେ, ପେଟିମ ଦ୍ଵାରା ଟଙ୍କା ଦେବା ନେବା କରିଲେ କୌଣସି ଚାର୍ଜ ଲାଗିନଥାଏ ।
ଆଉ ଏହି ଚାର୍ଜ ଲାଗୁ ନଥିବାରୁ ଅନେକ କଥା ମଧ୍ୟ ଆସିଥିଲା । କମ୍ପାନୀ କ୍ଷତି ସହୁଛି ବୋଲି ମଧ୍ୟ ସୂଚନା ମିଳିଥିଲା । ଆଉ ଏବେ ଏହି ଖବର ଆସିବା ପରେ ୟୁପିଆଇ ଆପ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ବିଷୟରେ ଜାଣିପାରିବେ ।