Movie prime

ଚର୍ଚ୍ଚା ରେ ବିଧାୟିକା ବର୍ଷା ସିଂ ବରିହା, ଭୋଟ ଆଗରୁ କାନ୍ଦି କାନ୍ଦି କହୁଥିଲେ ବାପା ସ୍ବପ୍ନ ପୂରଣ କରିବି ଭୋଟ ଦିଅ, ଆଉ ଏବେ କହୁଛନ୍ତି Get Out !!

 
Special Report
 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ବିଧାୟିକା ବର୍ଷା ସିଂହ ବରିହା ଙ୍କ ନାମରେ ଆସିଛି ଅଭିଯୋଗ। ଲୋକେ କହୁଛନ୍ତି କି ତାଙ୍କୁ ଏବେ ସମସ୍ୟା ଜଣାଇଲେ ସେ ନାଲି ଆଖି ଦେଖାଉ ଛନ୍ତି। ଅଧ୍ୟକ୍ଷା ଙ୍କ ଘରେ ଥିବା ଫାଇଲ ରେ ଅଛି ତାଙ୍କର ସ୍ୱାମୀ ଙ୍କ ଦସ୍ତଖତ।
ପଦ୍ମପୁର ଉପନିର୍ବାଚନ ପରେ ବର୍ଷା ସିଂହ ବରିହା ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ହେବାରେ ଲାଗିଛି। ସମସ୍ୟା ଜଣାଇଲେ ଏବେ ଲୋକ ମାନଙ୍କୁ ଉପେକ୍ଷା କରୁଛନ୍ତି।
ଆଉ ଅଭିଯୋଗ ଜଣାଇଲେ ମଧ୍ୟ ନାଲି ଆଖି ଦେଖାଉଛନ୍ତି ଏହି ବିଧାୟିକା ଜଣକ। ତେବେ ଏହା ପ୍ରଶ୍ନ ଉଠୁଛି କଣ ଏଭଳି ନିଜର ବାପା ଙ୍କ ସ୍ବପ୍ନ କୁ ପୂରା କରୁଛନ୍ତି ବର୍ଷା। ଭୋଟ ବେଳେ ନମ୍ର ହୋଇ କଥା ବାର୍ତ୍ତା କରୁଥିବା ବେଳେ ଏବେ ବିଜୟ ହେବା ପରେ ଉଗ୍ର ରୂପ ଧାରଣ କରୁଛନ୍ତି।
Special Report
ତାଙ୍କୁ ଏବେ ଯେକୌଣସି କଥା କୁହା ଯାଉଛି ସେ ସବୁ କଥାରେ ରାଗି ଯାଇ ପାଟି କରୁଛନ୍ତି। ଝାରବନ୍ଧ ପଞ୍ଚାୟତ ସମିତିରେ ବସିଥିବା ବୈଠକରେ ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ସେଠାକାର ପଞ୍ଚାୟତ ସମିତି ର ସଭ୍ୟା ହେଉଛନ୍ତି ଲିପ୍ସା ପ୍ରଧାନ। ହେଲେ ଲିପ୍ସା ଙ୍କ ଘରେ ଥିବା ଫାଇଲ ରେ ତାଙ୍କର ସ୍ଵାମୀ ବିଜୟ ଙ୍କ ଜାଲ ଦସ୍ତଖତ ଅଛି। ଆଉ ଏକଥାକୁ ନିଜେ ବିଜୟ ମଧ୍ୟ ନିଜ ମୁହଁରେ ସ୍ବୀକାର କରି ଛନ୍ତି।
Special Report
ଆଉ ବୈଠକରେ ଯେତେବେଳେ ଏହି କଥାର ଆଲୋଚନା ଚାଲିଥିଲା ଆଉ କର୍ମଚାରୀ ମାନେ ଏହାକୁ ବିରୋଧ କରିଥିଲେ ସେତେବେଳେ ସଙ୍ଗେ ସାଙ୍ଗ ରାଗି ଯାଇଥିଲେ ବର୍ଷା।
ଆପଣ ମାନେ ଜାଣିଥିବେ କି ରାଜ୍ୟ ସରକାର ମହିଳା ମାନଙ୍କ ସଶକ୍ତି କରଣ ଉପରେ ଅଧିକ ଗୁରୁତ୍ବ ଦେଉଥିବା ବେଳେ କିଭଳି ଭାବରେ ଜଣେ ମହିଳା ଚେୟାର ମ୍ୟାନ ଙ୍କ ସ୍ୱାମୀ ଫାଇଲ ରେ ଦସ୍ତଖତ କରୁଛନ୍ତି।
ଏହା ବୋଧ ହୁଏ ରାଜ୍ୟରେ ଆଉ ଗଣତାନ୍ତ୍ରିକ ଶାସନର ସଂକେତ ଦେଉ ନାହିଁ। ଏଥିପାଇଁ ପ୍ରଥମେ ବିଡ଼ିଓ ଙ୍କୁ ଗିରଫ କରାଯିବା ଉଚିତ ବୋଲି କହିଛନ୍ତି ଆଇନଜୀବୀ। ବିଡ଼ିଓ ମଧ୍ୟ ଏହି ସମ୍ପର୍କରେ କହିଛନ୍ତି କି ମିଟିଂ ରେ ଏଭଳି ହୁଏ ପରେ ପୁଣି ସମାଧାନ ହୁଏ।