Movie prime

୨୨ ଜିଲ୍ଲା ପାଇଁ ଆସିଲା ସତର୍କ ସୂଚନା ଦେଖନ୍ତୁ କେମିତି ଛେଚିବ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ଜାଣି ପାରୁଥିବେ ।
ପାଣିପାଗ ବିଷୟରେ ସବୁ ପ୍ରକାରର ଖବର ଆପଣମାନେ ଜାଣି ପାରୁଛନ୍ତି । ଏବେ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ହେଉଛି । ଏବେ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ସହି ନ ହେଉଥିବା ବେଳେ ବର୍ଷା ଖେଳୁଛି ଲୁଚକାଳି ଖେଳ ।
Bh
ରାଜ୍ୟର କିଛି ଅଂଶରେ ଅସମ୍ଭାଳ ତାତି ଯୋଗୁଁ ଲୋକମାନେ ଛଟପଟ ହେଉଛନ୍ତି । ଆଉ କିଛି ସ୍ଥାନରେ କାଳବୈଶାଖୀ ରଚିଛି ତାଣ୍ଡବ ଲୀଳା । ରାଜ୍ୟର କିଛି ସ୍ଥାନରେ ହିଟ ୱେଭକୁ ନେଇ ହାଇ ଆର୍ଲଟ ଜାରି କରାଯାଇଛି ।
ଆଉ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ରାଜ୍ୟରେ ପାଣିପାଗକୁ ନେଇ ଦୁଇଟି ସ୍ଥିତି ଦେଖିବାକୁ ମିଳିଛି । କେଉଁଠି କାଳବୈଶାଖୀ ତାର ତାଣ୍ଡବ ରଚୁଛି ତ ଆଉ କେଉଁଠି ବର୍ଷା ହେଉ ନାହିଁ ।
ଏବେ କାଳବୈଶାଖୀକୁ ନେଇ ଆସିଛି ତାଜା ଖବର । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆକାଶରୁ ଖସିବ ବିଜୁଳି ସହ ତୁହା କୁ ତୁହା ଘଡଘଡି । କଳାହାଣ୍ଡିଆ କରି ମାଡ଼ି ଆସିବ ମେଘ । ଦିନ ଥାଉ ଥାଉ ଆକାଶର ରଙ୍ଗ ବଦଳିଯିବ ।
Gg
କୁଆ ପଥର ମାଡ ସହ କାଚିବ ବର୍ଷା । ସେଥିପାଇଁ ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠାରୁ ବଦଳିଯିବ ପାଗର ମିଯାଜ୍ । ସକାଳେ ଅସହ୍ୟ ତାତି ଅନୁଭୁତ ହେଉଛି । ଆଉ ଏହି ଖବର ଆପଣମାନେ ବି ଜାଣିଛନ୍ତି । 
ଆଉ ଏହାପରେ ପାଗ ବଦଳି ଯିବ ବୋଲି ଖବର ଆସିଛି । ଅସମ୍ଭାଳ ଭାବରେ ବର୍ଷା ହେବ । ମଙ୍ଗଳବାର ଆଉ ବୁଧବାର ପାଇଁ ହିଟ ୱେଭ ଜାରି କରାଯାଇଛି । ୧୧ ଜିଲ୍ଲାରେ ତତଲା ପବନ ସହିତ ତାତି ବଢିବା ନେଇ ପୂର୍ବାନୁମାନ କରାଯାଇଛି ।
ବାଲେଶ୍ଵର, ଭଦ୍ରକ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିଭଳି ୨୨ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ କରାଯାଇଛି ।
ଏହି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଇତ୍ୟାଦି ।