Movie prime

ପ୍ରେମ ବିବାହର ଏକ ନିଆରା କାହାଣୀ ଦେଖନ୍ତୁ ଆନ୍ଧ୍ର ପ୍ରଦେଶରେ ହେଲା ପ୍ରେମ ଆଉ ଶେଷରେ ଓଡ଼ିଶାରେ ହେଲା ବାହାଘର ଆଉ ତା ପରେ....

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ଏଭଳି।ଏକ ଖବର ଆସିଛି ଯାହା ଶୁଣିଲେ ଆପଣମାନେ କହିବେ ସତରେ ପ୍ରେମ କଣ ଏମିତି ହୋଇଥାଏ ।
ଏହି ପ୍ରେମ ଦେଖିଲେ ଆପଣମାନେ ମଧ୍ୟ ଖୁସି ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଏହି ପ୍ରେମ କାହାଣୀ ବିଷୟରେ ଆପଣମାନେ ଜାଣିପାରିବେ । ପ୍ରେମ କଣ ଏହି ଦୁଇଜଣ ତାହା ଜଣାଇଛନ୍ତି ।
Bb
ଏବେ ଏହି ପ୍ରେମ କାହାଣୀ ଆପଣମାନେ ଜାଣି ରଖନ୍ତୁ । ପ୍ରେମ ଆଗରେ ସବୁକିଛି ହାର ମାନେ । କେହି କାହାକୁ ଦେଖି ନାହାନ୍ତି ଆଉ ଆଜି ସେମାନେ ସାତ ଜନ୍ମର ସାଥି ହୋଇଛନ୍ତି । ଏହି ପ୍ରେମୀ ଯୁଗଳଙ୍କର ଆନ୍ଧ୍ରପ୍ରଦେଶରେ ପ୍ରେମ ହୋଇଥିଲା ।
ଆଉ ସେମାନେ ଓଡ଼ିଶାରେ ବିବାହ କରୁଛନ୍ତି । କେହି କାହାକୁ ନ ଦେଖି ମଧ୍ୟ ତାଙ୍କ ଭିତରେ ରହିଛି ନିବିଡ ସମ୍ପର୍କ । ବିବାହ ପୂର୍ବରୁ ପୁଅ ଝିଅକୁ ଦେଖିଥାଏ ଆଉ ଝିଅ ପୁଅକୁ ଦେଖିଥାଏ । କିନ୍ତୁ ଏହି ପ୍ରେମୀ ଯୁଗଳଙ୍କ କଥା ଆଉ ପ୍ରେମ ନିଆରା ।
ଆନ୍ଧ୍ରପ୍ରଦେଶର ଏକ କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଜାଣିଥିଲେ । ଆଉ ସେମାନେ ସେବେ ଠାରୁ ସାତ ଜନ୍ମର ସାଥି ହେବେ ବୋଲି କହିଥିଲେ । ତିନି ବର୍ଷର ପ୍ରେମ ଆଜି ସତ୍ୟ ହୋଇଛି । ଆଉ ଉଭୟ ପରିବାରର ସମ୍ମତିରେ ବିବାହ ହୋଇଛି ।
Gb
ଗଞ୍ଜାମ ଜିଲ୍ଲାରେ ଏହି ପ୍ରେମୀ ଯୁଗଳଙ୍କ ନିଆରା ବିବାହ ହୋଇଛି । ଗଞ୍ଜାମ ଗ୍ରାମର ଯୁବତୀ ଚନ୍ଦନ ନାମକ ଯୁବକଙ୍କୁ ଭଲ ପାଇଥିଲେ । ଆଉ ସେମାନେ ସବୁଦିନ ପାଇଁ ଆଜି ଏକାଠି ହୋଇ ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମଣିଦେଇପୀଠ ଗାଁର ମିନତି ସାହୁ ଦୃଷ୍ଟି ବାଧିତ ଅଟନ୍ତି । 
ଆଉ ଆନ୍ଧ୍ରପ୍ରଦେଶର ଏକ ଦୃଷ୍ଟି ଶିବିର କାର୍ଯ୍ୟକ୍ରମରେ ସାଲେପୁରର ଯୁବକ ଚନ୍ଦନ ଆଉ ମିନତି ସେଠାକୁ ଯାଇଥିଲେ । ଆଉ ଉଭୟ ଉଭୟଙ୍କ ସହିତ ଫୋନରେ କଥା ହୋଇଥିଲେ । ସାଙ୍ଗ ହୋଇଥିବା ଚନ୍ଦନ ଆଉ ମିନତି ସବୁଦିନ ପାଇଁ ଏକାଠି ହେବେ ବୋଲି କହିଥିଲେ ।
ଆଉ ସେମାନଙ୍କର ତିନି ବର୍ଷର ପ୍ରେମ ଆଜି ବିବାହ ରୂପ ନେଇଛି । ଏବେ ଚନ୍ଦନ ଶାଶୁଘରେ ଥିବା ବେଳେ ଚନ୍ଦନ ତାଙ୍କ ଘରକୁ ମିନତିଙ୍କୁ ନେଇ ଆସିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ସରକାର ତାଙ୍କୁ ସାହାଯ୍ୟ କରିବାକୁ ଲୋକମାନେ ଅନୁରୋଧ କରିଛନ୍ତି ।