Movie prime

ଆସିଲା ପ୍ରବଳ ଘଡଘଡି ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ସବୁ ଖବର ଜାଣିପାରିବେ । ଏବେ କାଳବୈଶାଖୀକୁ ନେଇ ଆସିଛି ଖବର । ଆହୁରି ପାଞ୍ଚଦିନ ଏଭଳି ହେବ ।
Hh
ଆହୁରି ପାଞ୍ଚ ଦିନ ପାଗ ଏଭଳି କୋହଲା ରହିବ , ଖରା ଦିଶିବ ନାହିଁ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଆସନ୍ତା ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଏଭଳି ରହିବ । ଆଉ ବର୍ଷା ସହ ଘଡଘଡି ଆଉ ପବନ ହେବାର ମଧ୍ୟ ସମ୍ଭାବନା ରହିଛି ।
ବର୍ଷାରେ ଭିଜିବ ସାରା ଓଡ଼ିଶା । କିଛି କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିପାରେ । ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହରର ତାପମାତ୍ରା । ଆଉ ଏହି କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି ଆଉ ସେଥିପାଇଁ ପାଗ ଥଣ୍ଡା ରହିଛି ।
ରାଜ୍ୟର ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସତେ ଯେପରି ତାଣ୍ଡବ ରାଚିଛି ଏହି ଖବର ଏବେ ଆସିଛି । ଏହି କାଳବୈଶାଖୀ ପ୍ରଭାବରେ ଅନେକ କିଛି ନଷ୍ଟ ମଧ୍ୟ ହୋଇଛି ।
Hh
କେଉଁ ସ୍ଥାନରେ ଘର ଉଡେଇ ନେଇଛି ତ ଆଉ କେଉଁ ସ୍ଥାନରେ ବଡ ଗଛ ପଡ଼ିଯାଇଛି । ଗତକାଲି ଠାରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇଛି । କାଳବୈଶାଖୀ ଯୋଗୁଁ ଅନେକ ଲୋକ ଅନେକ କ୍ଷତି ସହୁଛନ୍ତି । 
କିଛି ସ୍ଥାନରେ ଅଳ୍ପ ବର୍ଷା ତ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ଜିଲ୍ଲାକୁ ଆଜି ଆର୍ଲଟ ଜାରି କରାଯାଇଥିବା ବେଳେ ଆଉ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଆଜି ପାଇଁ ୭ ଜିଲ୍ଲା ଆଉ ଗତକାଲି ୬ ଜିଲ୍ଲାକୁ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟ ମଧ୍ୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ମନା କରାଯାଇଛି । ଆଜି ଝଡ ବର୍ଷା ନେଇ ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, ମୟୂରଭଞ୍ଜ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଉ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖ ପରେ ପାଗ ବଦଳିବ ବୋଲି ଜଣାପଡିଛି ।