Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଘଡଘଡି ବର୍ଷା ସହ ହେବ କୁଆ ପଥର ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ଏମିତି

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ମୁଣ୍ଡଫଟା ଖରା ଯୋଗୁଁ ଗରମ ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ପାରଦ ୪୦ କିମ୍ବା ୪୦ ଡିଗ୍ରୀ ଉପରେ ରହିଛି। ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି।
ଅସହ୍ୟ ତାତି ଗରମ ଗୁଳୁଗୁଳି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ତେବେ ବନ୍ଧୁଗଣ ସୋମବାର ରାଜ୍ୟରେ ତାତି ସାମାନ୍ୟ କମିପାରେ। କାଳବୈଶାଖୀ ପ୍ରଭାବରେ ବର୍ଷା ହେବ। କିଛି ସ୍ଥାନରେ ତାତି ୨ରୁ ୩ ଡିଗ୍ରୀ କମିଯିବ। 
Hh
ଅଳ୍ପ କିଛି ସ୍ଥାନରେ ତାତିରୁ ତ୍ରାହି ମିଳିପାରେ। କିନ୍ତୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳିବନି। ବିସ୍ତୀର୍ଣ୍ଣ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ପଡ଼ିବନି। ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ଦିନେ ଦୁଇ ଦିନ ପରେ ପୁଣି ବଢ଼ିବ ତାତି। ୨୫ ତାରିଖ ପର ଠାରୁ ସାଂଘାତିକ ଅଗ୍ନି ବର୍ଷା ଆରମ୍ଭ ହୋଇଯିବ।
ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିପାରେ ବୋଲି ଆଶଙ୍କା ରହିଛି। ପାଣିପାଗ ବିଭାଗ କହୁଛି, ମଧ୍ୟ ଓ ଉପରଭାଗରେ ବାୟୁ ଚଳାଚଳ ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ତଥା ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। 
ସୋମବାରଠାରୁ ବାୟୁ ଚଳାଚଳ ସହିତ ଜଡ଼ିତ ନିମ୍ନ ଚାପରେଖା ପୂର୍ବ ଦିଗରେ ଅଗ୍ରସର ହେବ। ଏହା କାଳବୈଶାଖୀର ପ୍ରଭାବ ବଢ଼ାଇବ ଓ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ପୂରା ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ।
Hh
ବର୍ଷା ଯୋଗୁ ତାତି କମିବ।ଗ୍ରୀଷ୍ମପ୍ରବାହରୁ ବି ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର କୋରାପୁଟର ବିସ୍ତୀର୍ଣ୍ଣ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ।ଗଞ୍ଜାମର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ରାୟଗଡ଼ା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ।
କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବନି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କହିଛନ୍ତି। ୨୫ରୁ ତାତି ଓ ଗ୍ରୀଷ୍ମପ୍ରବାହ ପୁଣି ଅସମ୍ଭାଳ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.