Movie prime

ମୋଦୀ ଙ୍କ କଥା ରେ ଲଢ଼ିଲି ହେଲେ ସେ ମୋ ନା କାଟିଦେଲେ,ମୋ ବଦଳ ରେ ସେ ପ୍ରତାପ ଶଢ଼ଙ୍ଗି ଙ୍କୁ ଟିକେଟ ଦେଇ ଦେଲେ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ।
Bh
ଏବଂ ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛି। ବାଲେଶ୍ୱରରୁ ଖାରବେଳ ସ୍ୱାଇଁ ଆଶାୟୀ ଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରି ପାରି ନାହାନ୍ତି।
ଏନେଇ ପ୍ରତିକ୍ରିୟା ରଖି ଖାରବେଳ ସ୍ୱାଇଁ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବି। ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।
ଖାରବେଳ ଆହୁରି ମଧ୍ୟ କହିଛନ୍ତି, ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ। ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
Hh
ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ। ସେପଟେ ଖାରବେଳଙ୍କ ନିଷ୍ପତ୍ତି ସମ୍ପର୍କରେ ବିଜେପିର ପ୍ରତିକ୍ରିୟା ମିଳିନାହିଁ।ଏଥିସହ କଳାହାଣ୍ଡିରୁ ସାଂସଦ ଟିକେଟ ନମିଳିବା ପରେ ବସନ୍ତ ପଣ୍ଡା ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଦଳର ନିଷ୍ପତ୍ତିକୁ ସ୍ୱାଗତ କରୁଛି । ମୁଁ ବିଜେପିର ଜଣେ କର୍ମୀ, ସବୁ ବେଳେ କର୍ମୀ ହୋଇ ରହିବି। ପାର୍ଟି ଯେତେବେଳେ ଯାହା ଦାୟିତ୍ୱ ଦେଇଛି, ନିଷ୍ଠାର ସହ ନିର୍ବାହ କରିଛି। ପରିବର୍ତ୍ତନ ସଂସାରର ନିୟମ, ସେ ନିୟମରେ ଆମେ ସମସ୍ତେ ବନ୍ଧା।