Movie prime

କେଉଁ କାରଣରୁ ହାତ ଯୋଡ଼ିଲେ ବାବା ରାମଦେବ ଦେଖନ୍ତୁ ଆସିଲା ବହୁତ୍ ବଡ ଚାନ୍ଚଲ୍ୟକର ଖବର ଆଶ୍ଚର୍ୟ୍ଯ ହୋଇଗଲେ ସମସ୍ତେ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।
ଯେଉଁଥିପାଇଁ ଉଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ନଭେମ୍ବର ୨୧ରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗୋଟେ ଦିନ ବିତିନି ଆପଣମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ। 
Cv
ଗୋଟେପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ, ଅନ୍ୟପଟେ ପତଞ୍ଜଳି ତାର ବିଜ୍ଞାପନ ଛାପି ଚାଲିଥିଲା। ଏହା ହେଉଛି ଦେଶର ସବୁଠାରୁ ବଡ ଅଦାଲତ ଆପଣ କିପରି ଆଇନ ଉଲ୍ଲଂଘନ କଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଆପଣ କୋର୍ଟକୁ ଆଫିଡେଭିଟ୍‌ ଦେବା ପରେ ମଧ୍ୟ ନିୟମ ଉଲ୍ଲଂଘନ କରିଛନ୍ତି। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। 
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ରାମଦେବ ବାବା ଓ ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ହାଜର ହୋଇଥିଲେ। ତେବେ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ ହାତ ଯୋଡି କ୍ଷମା ମାଗିଥିବା ଜଣାପଡ଼ିଛି।
Vb
ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, 'ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। 
ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ।' କୋର୍ଟର ପ୍ରକ୍ରିୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ଦୁହିଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିପାରିବୁ ନାହିଁ। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ।
ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କଡା ଭାଷାରେ କହିଛନ୍ତି। ଏଭଳି କହିବା ପରେ ନିଜର ସବୁ ଭୁଲ ସ୍ୱୀକାର କରି କ୍ଷମା ମାଗିଛନ୍ତି ବାବା ରାମଦେବ। ଏହା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.