Movie prime

ରଙ୍ଗ ନମ୍ବର୍ ରେ ଆରମ୍ଭ ହେଲା ପ୍ରେମ ଆଉ ଏବେ ଏମିତି ଅବସ୍ଥା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଉ ଆଜିକାଲି ସମୟରେ ନିଜର ଅଧିକାର ପାଇବା ପାଇଁ ସ୍ଵାମୀ ଘର ଆଗରେ ଧାରଣା ଦେବା
 ଏକ ଫେସନ୍ ଯେମିତି ହେଇଗଲାଣି। ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ସ୍ଵାମୀ ଘର ଆଗରେ ପତ୍ନୀର ଧାରଣା। 
ତେବେ ବନ୍ଧୁଗଣ ଆସାମର ଯୁବତୀ ଈଗିନେସ ବାଘୱାରଙ୍କ ଧାରଣା ଆଜି ତିନି ଦିନରେ ପହଂଚିଛି। ହେଲେ ସ୍ଵାମୀ କି ଶଶୁର କାହାରି ଦେଖା ମିଳିନାହିଁ।
ନିଜର ସ୍ଵାମୀକୁ ପାଇବା ପାଇଁ ଜିଦରେ ଅଟଳ ଥିବା ଈଗିନେସ ଆଜି ବି ଗଞ୍ଜାମ ଦିଗପହଣ୍ଡି ଥାନା ଘୋଡାପଲାଣ ଗାଁରେ ପ୍ରେମିକଙ୍କ ଘର ସମ୍ମୁଖରେ ରୋଷେଇ କରୁଛନ୍ତି। 
ମିଳିଥିବା ସୂଚନା ମୁତାବକ ପ୍ରେମିକଙ୍କ ଘର ସମ୍ମୁଖରେ ଏବେ ଧାରଣାରେ ବସିଲା ଆସାମରୁ ଆସିଥିବା ପ୍ରେମିକା ଜଣକ। ବିବାହ କରିଥିବା ନେଇ ଦାବି ଜଣାଇ ଈଗିନେସ ବାଘୱାର ନାମକ ମହିଳା କହିଛନ୍ତି ସେ ସଦାନନ୍ଦ ଗୌଡ଼ଙ୍କୁ ମୁମ୍ବାଇରେ ବିବାହ କରିଥିଲେ
 ମଧ୍ୟ ଏବେ ଆଉ ଧରାଛୁଆଁ ଦେଉ ନଥିଲେ। ତାପରେ ଈଗିନେସ ବାଘୱାର ବାଧ୍ୟ ହୋଇ ସାମାଜିକ କର୍ମୀଙ୍କ ସହାୟତାରେ ଗାଁକୁ ଆସି ଧାରଣାରେ ଏବେ ବସିଛନ୍ତି। 
ତେବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମର ଘୋଡାପଲାଣ ଗାଁର ସୀମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ମୁମ୍ବାଇରେ କାମ କରୁଥିବା ବେଳେ ଏହି ଆସାମ ଝିଅଙ୍କ ସହିତ ୨୦୧୪ ମସିହାରେ ମୋବାଇଲ ରଂଗ ନମ୍ବରରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ତା ପରେ ଧୀରେ ଧୀରେ ନିବିଡ଼ ସମ୍ପର୍କ ସ୍ଥାପନ ହେବା ପରେ ବିବାହ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.