Movie prime

ବଡ଼ ଦୁଃଖ ଖବର, ଯାତ୍ରା ମଞ୍ଚ ରେ ଟଳି ପଡିଲେ ଅଭିନେତା !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଯାତ୍ରା ଜଗତରୁ ଆପଣ ମାନଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଦୁଃଖଦ ଖବର। ଅଭିନୟ ପୁର୍ବରୁ ହିଁ ସରିଗଲା ଜୀବନ ଯାତ୍ରା।
Special report
ତେବେ ଆପଣ ମାନେ ସମସ୍ତେ ଓଡ଼ିଆ ଯାତ୍ରା ଦେଖିବା ପାଇଁ ବେଶ ପସନ୍ଦ କରନ୍ତି। ଏହି ଯାତ୍ରାରେ ଅଭିନୟ କରୁ କରୁ ହିଁ ଏବେ ଟଳି ପଡିଛନ୍ତି ଏହି ଅଭିନେତା ଜଣକ। ଯିଏକି ଥିଲେ ଯାତ୍ରା ଜଗତର ଜଣେ ବେଶ ଜଣାଶୁଣା ହିରୋ।
ଏହା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ ଦୁଃଖଦ ଖବର। ଦରବାର୍ ଅପେରା ର ପ୍ରିୟ ଅଭିନେତା ଆପଣ ମାନଙ୍କର ପ୍ରିୟ ହିରୋ ଆଉ ଏହି ଦୁନିଆରେ ନାହାଁନ୍ତି। ରିପୋର୍ଟ ମୁତାବକ ଅଭିନୟ ପୂର୍ବରୁ ହିଁ ସରି ଯାଇଛି ତାଙ୍କର ଜୀବନ ଯାତ୍ରା।
Special report
ବର୍ତ୍ତମାନ ଅଫେରା ରାଇଜରେ ଯାତ୍ରା ଜଗତର ହିରୋ ଜୟନ୍ତ ମହାପାତ୍ର। ମେକ ଅପ୍ ସମୟରେ ହିଁ ଟଳି ପଡ଼ିଥିଲେ ଏହି ଯାତ୍ରା ଅଭିନେତା ଜଣକ। ଯାହା ଫଳରେ ହିଁ ମଞ୍ଚସ୍ଥ ହେଲା ଏକ ଅଲଗା ନାଟକ।
ହେଲେ ବର୍ତ୍ତମାନ୍ ସମୟରେ ଏବେ ଏହା ପ୍ରଶ୍ନ ଉଠୁଛି କି ହଠାତ୍ ତାଙ୍କ ସହ ଏଭଳି କଣ ଘଟି ଥିଲା। ଆମେ ଏବେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ସମ୍ପର୍କରେ କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କି
Special report
ଜୟନ୍ତ ମହାପାତ୍ର ଜଣେ ଆଗ ଧାଡ଼ିର ଅଭିନେତା ଥିଲେ। ଦର୍ଶକ ମାନେ ମଧ୍ଯ ତାଙ୍କର ଅଭିନୟ କୁ ବେଶ ପସନ୍ଦ କରିଥିଲେ। ସେ ଦରବାର ଅପେରା ରେ ଅଭିନୟ କରୁଥିବା ବେଳେ ଲିଡ଼ ରୋଲ ଭାବରେ ମଧ୍ୟ ନଜର ଆସୁଥିଲେ।
ତାଙ୍କର ଏଭଳି ଭାବରେ ଅଚାନକ ମୃ-ତ୍ୟୁ ରେ ଯାତ୍ରା ଜଗତରେ ଶୋକ ର ଛାୟା ଖେଳି ଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରେଇଦେଇ ପୁରରେ ଏହି ଦରବାର ଅପେରାର ନାଟକ ମଞ୍ଚସ୍ଥ ଥିଲା।
ସେଦିନ ନାଟକ ଥିଲା " ଫଗୁଣ ଦେଇଛି ଦୁଃଖ ଛଗୁଣ"। ହେଲେ ଜୟନ୍ତ ମହାପାତ୍ର ମେକ୍ ଅପ୍ ରୁମ୍ ରେ ଅସୁସ୍ଥ ହୋଇ ପଡ଼ିଥିଲେ ଆଉ ତାଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନିଆ ଯାଇଥିଲା। ଏହାପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ।