Movie prime

YouTube ରୁ ହୋଇଥିଲେ ଧନୀ ଏବେ ଭିକାରୀ ଦେଖନ୍ତୁ ଫେମସ ହୋଇଥିବା Kacha Badam Bhuban ଙ୍କ ଏହି ଷ୍ଟୋରି

 
Special Report
ଆପଣମାନେ ଜାଣିଥିବେ କାଚା ବାଦାମ ଗୀତ ଗାଇ ଭୁବନ ବହୁତ ଫେମସ ହୋଇ ଯାଇଥିଲେ।ବର୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।କାଲି ଯିଏ ଫେମଶ ହୋଇଥିଲେ ଆଜି ସିଏ ତଳିତଳାନ୍ତ ହୋଇ ଯାଇଛନ୍ତି।
ଯାହାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଥିଲା ସେ ଆଜି ପୁରା ଭିକାରୀ ହୋଇ ଯାଇଛନ୍ତି।ମୁମ୍ବାଇ ରେ ସ୍ୱପ୍ନର ଘର ଛାଡ଼ି ଦେଇ ଭଡ଼ା ଘରେ ଆସି ରହୁଛନ୍ତି।ତାଙ୍କୁ କୁହାଯାଏ ବାଦାମ କାକୁ।
ସମୟ କାହା ସହିତ କେମିତି ଖେଳ ଖେଳିଥାଏ ତାହା କିଏ ବା କହିବ।ସମୟ କାହାକୁ ଧନୀ କରିଦେବ ତ ପୁଣି କାହାକୁ ଭିକାରୀ କରିଦିଏ।ଭୁବନ ଙ୍କ ସହିତ ଠିକ୍ ଏମିତି ଘଟଣା ହିଁ ଘଟିଛି।
ଗୋଟିଏ ସମୟ ଥିଲା ଯେତେବେଳେ ଭୁବନ କାଚା ବାଦାମ ଗୀତ ଗାଇ ଏତେ ହିଟ ହେଲେ ଯେ ସେ ପଶ୍ଚିମବଙ୍ଗ ରୁ ଯାଇ ମୁମ୍ବାଇ ରେ ଘର କରିଲେ।ଆଉ ବର୍ତମାନ ସେ ଭିକାରୀ ହୋଇ ଯାଇଛନ୍ତି।
ଠକାମୀ ରେ ଶିକାର ହୋଇ ମୁମ୍ବାଇ ରେ ସ୍ବପ୍ନ ର ଘରକୁ ହରାଇ ଭୁବନ ବର୍ତମାନ ଭଡ଼ା ଘରେ ରହୁଛନ୍ତି।୨୦୨୧ ମସିହାରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୁବନ କାଚା ବାଦାମ ଗୀତ ଗାଇ ପ୍ରତିଷ୍ଠିତ ହୋଇଥିଲେ।
ଅଭିଯୁକ୍ତ ମୂତାବିକ ଭୁବନ ବାଦ୍ୟକର ଙ୍କ ର ଗୀତ ସୋସିଆଲ ମିଡିଆରେ ବ୍ୟାପିବା ମାତ୍ରେ ନିଲାମ ବଜାରର ଗୋପାଳ ଘୋଷ ତାଙ୍କୁ ଗୀତର କପି ରାଇଟ ପାଇଁ ଏକ ଧଳା କାଗଜ ଉପରେ ଦସ୍ତଖତ କରିବା ପାଇଁ କହିଥିଲେ।ଏ
ଭଳି ଚକ୍ରାନ୍ତ କୁ ଭୁବନ ବୁଝି ପାରି ନଥିଲେ।ଯାହାକୁ ନେଇ ଭୁବନ ତାଙ୍କ ପ୍ରସିଦ୍ଧ ଗୀତ ପାଇଁ ପାଇବାକୁ ଥିବା ଟଙ୍କା ସେ ପାଇ ନାହାଁନ୍ତି।ଏନେଇ ଭୁବନ ଥାନାରେ ଅଭିଯୋଗ କରିଥିଲେ।କିନ୍ତୁ ଏ ପର୍ଯ୍ୟନ୍ତ ଟଙ୍କା ମିଳି ପାରି ନାହିଁ।
ଏପଟେ ଭୁବନ ଷ୍ଟାର ପାଲଟି ଯାଇଥିବାରୁ ତାଙ୍କ ଗ୍ରାମବାସୀ ମାନେ ଭୁବନ ଙ୍କୁ ବିଭିନ୍ନ ପ୍ରକାରର ଦାବି କରୁଛନ୍ତି।ଭୁବନ ବହୁତ ଟଙ୍କା ରୋଜଗାର କରୁଥିବାରୁ ଭୁବନ ଙ୍କୁ ଟଙ୍କା ମାଗୁଛନ୍ତି।ଖାଲି ସେତିକି ନୁହେଁ ଟଙ୍କା ଦେବାକୁ ଭୁବନ ଙ୍କୁ ଧମକ କଲ୍ ମଧ୍ୟ ଆସୁଛି। ଯାହାକୁ ନେଇ ଭୁବନ ଭୟରେ ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.