Movie prime

You Tube ରୁ ଲକ୍ଷପତି ଏବେ ମନୀଷ ଙ୍କୁ ଜେଲ ଦେଖନ୍ତୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ୟୁଟ୍ୟୁବରେ ଅନେକ ପ୍ରକାରର ୟୁଜର୍ସ ଅନେକ ପ୍ରକାରର ଭିଡିଓ ବନାଇ ଅପଲୋଡ଼ କରିଥାନ୍ତି । ଆଉ ସେମାନଙ୍କର ଏହି ଭିଡିଓ ଭାଇରାଲ ହେଲେ ଆଉ ଅଧିକ ଲୋକ ଦେଖିଲେ ଏହାର ପୁରସ୍କାର ବି ପାଇଥାନ୍ତି ।
ଆଉ ଏଭଳି ଅନେକ ଲୋକ ଧନୀ ବି ହୋଇ ସାରିଲେଣି । ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଲୋକମାନେ ଅନେକ ଟଙ୍କା ରୋଜଗାର କରୁଛନ୍ତି । ଆଉ ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ବିଷୟରେ ସମସ୍ତେ ଜାଣିବା କଥା । କାରଣ ୟୁଟ୍ୟୁବରେ ଭିଡିଓ ବନାଇବା ଆଉ ସେୟାର କରିବା ପାଇଁ କିଛି ନିୟମ ରହିଛି । ଆଉ ଏହି ନିୟମ ଭାଙ୍ଗିଲେ ଆପଣ ଜେଲ ବି ଯାଇପାରନ୍ତି । ଏବେ ଏକ ଖବର ସାମ୍ନାକୁ ଆସିଛି ।
ଜଣେ ବ୍ୟକ୍ତି ୟୁଟ୍ୟୁବରେ ଭିଡିଓ କରି ଲକ୍ଷପତି ହୋଇଛନ୍ତି ଆଉ ଏବେ ସେ ଜେଲ ଯିବେ । ମିଛ ଭିଡିଓ ପୋଷ୍ଟ କରିଥିବାରୁ ବନ୍ଧା ହେବେ ୟୁଟ୍ୟୁବର । ଏହି ବ୍ୟକ୍ତି ଜଣକ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ।
କିନ୍ତୁ ଏବେ ସେ ଆଉ ୟୁଟ୍ୟୁବରେ ଭିଡିଓ କରିପାରିବେ ନାହିଁ । ଜେଲର ଚାରି କାନ୍ଥ ଭିତରେ ବନ୍ଧା ହେବେ । ତାଙ୍କର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଡିଲିଟ୍ କରାଯାଇପାରେ । ଏହି ବ୍ୟକ୍ତି ଜଣକ ଜଣେ ଫେମସ୍ ୟୁଟ୍ୟୁବର । ଏହି ୟୁଟ୍ୟୁବର ଜଣକ ହେଉଛନ୍ତି ବିହାରର ମନୀଷ କଶ୍ୟପ ।
ସେ ତାଙ୍କ ୟୁଟ୍ୟୁବ ଭିଡିଓରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରନ୍ତି । ଆଉ ସେ ଅସଭ୍ୟ ଭାଷା ବି କହିଥାନ୍ତି କିନ୍ତୁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଆଉ ଏବେ ତାଙ୍କୁ ଜେଲ ଯିବାର ଭୟ ଘାରିଛି । ମନୀଷଙ୍କ ଚାରୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରାଯାଇଛି ।
ଯେଉଁଥିରେ ୪୨ ଲକ୍ଷରୁ ଅଧିକ ଟଙ୍କା ଥିଲା । ତାଙ୍କୁ ଏବେ ପୋଲିସ ଖୋଜୁଛି । ମିଛରେ ତାମିଲନାଡୁରେ ବିହାର ଶ୍ରମିକ ହଇରାଣ ହେଉଥିବାର ଭିଡିଓ ସେ ପୋଷ୍ଟ କରିଥିଲେ । ଯେଉଁଥିପାଇଁ ତାଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି । ଆଉ ପୋଲିସ ଏବେ ତାଙ୍କୁ ଖୋଜୁଛି ଆଉ ସେ ଏବେ ଫେରାର ଅଛନ୍ତି।