Manmay Dey youtuber ଉପରେ ରାଗରେ ନିଆଁ ବାଣ ହେଲେ ସହ କଳାକାର, ଆଉ ଆମେ ସେ ଲୋକ ଚ୍ୟାନେଲ ରେ କାମ କରିବୁନି..
Dec 31, 2023, 16:43 IST
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ୟୁ ଟ୍ୟୁବର ମନ୍ମୟ ଦେ ଙ୍କ ନାମ ରେ ହୋଇଚି ଅଭିଯୋଗ।ଆପଣ ମାନେ ସମସ୍ତେ ମାନ୍ମୟ ଦେ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ କମେଡି ଗୁଡ଼ିକ ଲୋକ ଙ୍କୁ ଖୁବ୍ ଭଲ ଲାଗି ଥାଏ।ହେଲେ ଏବେ ସେ ବିବାଦ ରେ ଛନ୍ଦି ହୋଇ ଯାଇଛନ୍ତି।
ସେ ଅଭିନୟ କରୁଥିବା କମେଡି ରେ ତାଙ୍କ ସହିତ ବିଶ୍ଵାସ ଘାତକତା ହୋଇଚି।ଏବେ ଉଭୟ ପକ୍ଷ ଥାନା ର ଦ୍ବାରସ୍ଥ ହୋଇଛନ୍ତି।କୁହା ଯାଉଚି ଯେ ମନ୍ମୟ ଦେ ଯାହା କିଛି ଟଙ୍କା ୟୁ ଟ୍ୟୁବ ରୁ ରୋଜଗାର କରନ୍ତି ତାହାକୁ ସେ କାହାକୁ ଦିଅନ୍ତି ନାହି।ସବୁ ନିଜ ଖର୍ଚ୍ଚ ରେ ଲଗାଇ ଥାଆନ୍ତି।
ସୂଚନା ଅନୁସାରେ ମନ୍ମୟ ଦେ ଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।ପ୍ରଥମେ ସେ ଏକୁଟିଆ ଲୋକ ଙ୍କୁ ହସାଇ ଥିଲେ।ହେଲେ ଧୀରେ ଧିରେ ତାଙ୍କ ଦଳ ସଂଖ୍ୟା ବଢ଼ି ଥିଲା।ଏବେ ସେହି ଦଳ ର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ ୧୧ ରେ ପହଞ୍ଚିଛି।
ଏହି ଦଳ ଭିତରେ ଏବେ ବିବାଦ ଲାଗି ରହିଛି।ଏହାର କାରଣ ହେଉଛି ଟଙ୍କା।ତାଙ୍କ ସହଯୋଗୀ ମାନେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ ଆମେ ୟୁ ଟ୍ୟୁବ୍ ରେ ଭିଡିଓ କରୁ।ଭଲ ଭଲ କଟେଣ୍ଟ ବାହାର କରି ଭିଡିଓ କରୁ।ଲୋକ ମାନେ ବି ବହୁତ ପସନ୍ଦ କରନ୍ତି।
ଲୋକ ଙ୍କୁ ହସାଇବା ଆମର କାମ।ଏଥିରେ ଆମ ଗ୍ରୁପ ମାଲିକ ମନ୍ମୟ ଦେ ଙ୍କ ପାଖକୁ ବହୁତ ପରିମାଣ ରେ ଟଙ୍କା ଆସେ।ଆଗରୁ ସେ ଆମକୁ ଟଙ୍କା ଦେଇଥିଲେ।ହେଲେ ଯେତେବେଳେ ଅଧିକ ଟଙ୍କା ଆସିଲା ସେ ଆଉ ଆମକୁ ଦେଲେ ନାହି ।ଆମେ ତାଙ୍କୁ ଅନେକ ଥର ଏହି ଟଙ୍କା ବିଷୟ ରେ କହିଛି।
ହେଲେ ଶୁଣି ନାହାନ୍ତି।ଏହା ବଦଳ ରେ ଆମ ଭିତରେ ଝଗଡ଼ା ଲାଗିଲା।ସେଥିପାଇଁ ଆମେ ଏବେ ଥାନା ର ଦ୍ବାରସ୍ଥ ହୋଇଛୁ।ଆମକୁ ଆମର ସବୁ ଟଙ୍କା ଦରକାର ବୋଲି ସେହି ଦୁଇ ଅଭିନେତ୍ରୀ କହିଛନ୍ତି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଅନ୍ୟ ପକ୍ଷରେ ମନ୍ମୟ ଦେ ମଧ୍ୟ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ସେ ମଧ୍ୟ ପୋଲିସ ନିକଟ ରେ ଅଭିଯୋଗ କରିଛନ୍ତି କି ତାଙ୍କ ସହିତ ବିଶ୍ଵାସ ଘାତକତା ହୋଇଛି।ତାଙ୍କ ଦଳ ର ଅନ୍ୟ ସଦସ୍ୟ ମାନେ ମିଶି ତାଙ୍କ ସହିତ ଏପରି କିଛି କରିଛନ୍ତି କି ଯେଉଁଥିପାଇଁ ସେ ଏବେ ବହୁତ ହଇରାଣ ହେଉଛନ୍ତି।
ଉଭୟ ପକ୍ଷ ର କେସ କୁ ବୁଝି ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।କିଏ ସତ କହୁଚି କିଏ ମିଛ କହୁଛି ତାହା ଏ ଯାଏଁ ଜଣା ପଡ଼ି ନାହିଁ।ପୋଲିସ ଉଭୟ ପକ୍ଷ କି ପଚାରିବା ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଏଥିରେ କାହାକୁ ଦଣ୍ଡ ମିଳିଚି କାହାକୁ ଛାଡି ଦିଆ ଯାଉଚି।