Movie prime

ସମସ୍ତେ କରନ୍ତୁ ପ୍ରାର୍ଥନା ଏହି ଗୁରୁତ୍ୱପୂର୍ଣ୍ଣ ରୋଗରେ ପୀଡ଼ିତ ଅଭିନେତ୍ରୀ Rakhi Sawant ଦେଖନ୍ତୁ କଣ ହେଲା ଏମିତି

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ। ତେବେ ଏଥର କୌଣସି ବିବାଦ ନୁହେଁ ବରଂ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି।
ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ପୂର୍ବତନ ସ୍ବାମୀ ରିତେଶ ରାଜ୍ ସିଂହ ରାକ୍ଷୀ ସାୱନ୍ତଙ୍କୁ କ୍ୟାନ୍ସର ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏହାପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ରାକ୍ଷୀ ସାୱନ୍ତ। 
Vv
ବର୍ତ୍ତମାନ ଗର୍ଭାଶୟରେ ଟ୍ୟୁମର ହୋଇଥିବାରୁ ଡାକ୍ତର କର୍କଟ ହୋଇଥିବା ନେଇ ଆଶଙ୍କା କରୁଥିବା କଥା କହିଛନ୍ତି ରିତେଶ। ବିବାଦରେ ରହିବାକୁ ପସନ୍ଦ କରୁଥିବା ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଥିଲେ।
ସେ ନିଜ ମନ୍ତବ୍ୟକୁ ନେଇ ହେଉ କିମ୍ବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଦ୍ବିତୀୟ ସ୍ବାମୀଙ୍କ ସହ ତାଙ୍କ ବିବାଦକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚାରେ ରହି ଆସିଥିବା ରାକ୍ଷୀ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଭିଡିଓ ସାମ୍ନାକୁ ଆସିଛି। 
ସୋସିଆଲ ମିଡିଆରେ ରାକ୍ଷୀ ଭିଡିଓ ଅପଲୋଡ୍‌ କରିବା ପରେ ତାଙ୍କୁ କ୍ୟାନ୍ସର ହୋଇଥିବା ନେଇ ଡାକ୍ତର ଆଶଙ୍କା କରୁଛନ୍ତି। ଏହାକୁ ନେଇ ସୂଚନା ଦେଇଛନ୍ତି ରିତେଶ ରାଜ। ରାକ୍ଷୀ ସାୱନ୍ତଙ୍କ ଛାତି ଏବଂ ପେଟରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Gg
ରିତେଶ କହିଛନ୍ତି ଯେ, ଡାକ୍ତରମାନେ ରାକ୍ଷୀଙ୍କ ଗର୍ଭାଶୟରେ ଏକ ଟ୍ୟୁମର ଚିହ୍ନଟ କରିଛନ୍ତି। ଏବେ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ରାକ୍ଷୀଙ୍କର କର୍କଟ ହୋଇଥାଇପାରେ। ତେବେ ରାକ୍ଷୀ ସାୱନ୍ତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତରୀ ରିପୋର୍ଟ ଏଯାଏଁ ଆସିନାହିଁ। 
ସେପଟେ ୟୁଜର୍ସ ରାକ୍ଷୀଙ୍କ ଭିଡିଓଙ୍କୁ ନେଇ ଭିନ୍ନଭିନ୍ନ ମତ ଦେଉଛନ୍ତି। କେହି କେହି ଏହାକୁ ପବ୍ଲିସିଟି ଷ୍ଟଣ୍ଟ୍‌ କହୁଥିବା ବେଳେ କେହି କେହି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ରିତେଶ କହିଛନ୍ତି ଯେ, ରାକ୍ଷୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଥଟ୍ଟାର ବିଷୟ ନୁହେଁ। କାରଣ ସେ ଏବେ ଗୁରୁତର ଅଛନ୍ତି।
ଏଣୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ଅପିଲ୍‌ କରିଛନ୍ତି। ରାକ୍ଷୀ ସାୱନ୍ତ ସବୁବେଳେ ବିବାଦରେ ରହି ଆସିଛନ୍ତି। ସେ ଜଣେ ଆଇଟମ୍ ଗାର୍ଲ ଡ୍ୟାନ୍ସର ଭାବରେ ବଲିଉଡ୍‌ରେ ଖ୍ୟାତି ଅର୍ଜନ କରିଛନ୍ତି। ବଲିଉଡର ଅନେକ ଗୀତରେ ତାଙ୍କର ଠୁମକା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.