ଲଘୁଚାପ ଘନେଇଲା : ଆଗକୁ ଆସୁଛି ତୀବ୍ର ବର୍ଷା ଆଉ ପବନ, ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ

ବିଗତ କିଛି ଦିନ ଧରି ଓଡ଼ିଶା ରେ ଭୟାନକ ଭାବେ ବର୍ଷା ଆଉ ପବନ ଲାଗି ରହିଛି , କେଉଁ କେଉଁ ସ୍ଥାନରେ ପାଣି ଭର୍ତି ହେଇ ରହିବ ସହ ଗାଆଁ ଗଣ୍ଡା ଜଳାନ୍ନବ ହେଇ ସାରିଛି ,କାଲି ପୁରୀ ରେ ବିଗତ ୮୭ ବର୍ଷ ର ରେକର୍ଡ ଭାଙ୍ଗି ଗୋଟେ ଦିନ ରେ ୩୩୭ ମିମି ବର୍ଷା ହେଇଥିବା ରେକର୍ଡ କରା ଯାଇଛି

ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ପୁରୀ ଆଦି ଜିଲ୍ଲା କୁ ରେଡ୍ ୱର୍ଣିଂ ଦିଆ ଯାଇଛି ଏହା ସହ ସମୁଦ୍ର କୁ ମାଛ ମାରିବାକୁ ଯିବାକୁ ମନା କରାଯାଇଛି

ପରିସ୍ଥିତି କୁ ଗମ୍ଭୀର ଦେଖି ଓଡ଼ିଶା ରେ ସମ୍ଭାବ୍ୟ ବନ୍ୟା ଆଶଙ୍କା କରା ଯାଇଚି ଅପରପକ୍ଷେ ଭୁବନେଶ୍ଵର ରେ ବର୍ଷା ରେ କୋଠା ଧସିବା ସହ ଅନ୍ୟ ଏକ ସ୍ଥାନ ଦେ ସପୂର୍ଣ୍ଣ ଆପାର୍ଟମେଣ୍ଟ ରେ ପାଣି ପଶି ଯାଇଥିବା ସୂଚନା ମିଳିଛି

ତେବେ ଓଡ଼ିଶା ରେ ସୁଷ୍ଟି ହେଇଥିବା ଲଘୁଚାପ ଏବେ ଗମ୍ଭୀର ରୂପ ନେଇଛି ଆଉ ଅବ ପାତ୍ ର ରୂପ ନେଇ ସାରିଛି ,ଏମିତି ବର୍ଷା ଏବେ ଲଗାତାର ୩ ଦିନ ପଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି

 

 

Leave a Reply

Your email address will not be published. Required fields are marked *