Movie prime

ବଢିଲା ମମତାଙ୍କ ଅଡ଼ୁଆ ଦେଖନ୍ତୁ ଏଥର ଘାଣ୍ଟିବ ପୋଲିସ ଏମିତି ହେବ ପ୍ରକ୍ରିୟା ଶେଷ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟ୍ରେନି ଡାକ୍ତରଙ୍କ ଘଟଣାରେ ମମତାଙ୍କୁ ଲାଗିଛି ବଡ ଝଟକା। କୋଲକାତା ପୋଲିସଙ୍କୁ ହଟାଇ ଦେଲେ ସୁପ୍ରିମକୋର୍ଟ। କୋଲକାତା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ମାମଲାରେ କୋଲକାତା ପୋଲିସଙ୍କୁ ସୁପ୍ରିମକୋର୍ଟଙ୍କୁ କଡା ଟିପଣି। ବିଭିନ୍ନ ତଥ୍ୟକୁ ସାମ୍ନାରେ ରଖି କୋଲକାତା ପୋଲିସ ଉପରେ ବର୍ଷିଛନ୍ତି ସୁପ୍ରୀମକୋର୍ଟ। ଏହା ସହିତ ସିବିଆଇଙ୍କୁ ମଧ୍ୟ ବର୍ତ୍ତମାନ ସୁଦ୍ଧା କରିଥିବା ତଦନ୍ତର ରିପୋର୍ଟ ମାଗିଛନ୍ତି। ଅଗଷ୍ଟ ୨୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ଆରଜିକର ମେଡିକାଲ କଲେଜର ସୁରକ୍ଷା ଦାୟିତ୍ଵରୁ ସୁପ୍ରିମକୋର୍ଟ କୋଲକାତା ପୋଲିସକୁ ହଟାଇ ଦେଇଥିବା ବେଳେ ପୋଲିସ ଜାଗାରେ ସେଠୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ସିଆଇଏସଏଫ୍ ଯବାନ। 
Hh
ତା ସହିତ ସାରା ଦେଶରେ ଆନ୍ଦୋଳନ କରାଯାଉଥିବା ଡାକ୍ତରଙ୍କ ପାଇଁ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ବିଚାରପତି ଡି ହୁୱାଇ ଚନ୍ଦ୍ର ଜୁନଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଟ୍ୟାକ୍ସ କୋର୍ସ ଗଠନ କରିଛନ୍ତି। ୧୦ ଜଣିଆ ଟ୍ୟାକ୍ସ କୋର୍ସ କର୍ମ କ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ସୁପାରିସ କରିବେ। ଲିଙ୍ଗ ଭିତ୍ତିକ ହିଂସାକୁ ପ୍ରତିହତ କରିବା ଓ ଟ୍ରେନି ଡାକ୍ତର କେମିତି ସମ୍ମାନର ସହ କାମ କରିପାରିବେ ସେଇ ନେଇ ଆକ୍ସନ ପ୍ଲାନ୍ କରିବ ଏହି ଟ୍ୟାକ୍ସ କୋର୍ସ। 
Bb
ଆଜି ଶୁଣାଣି ସମୟରେ କୋଲକାତା ପୋଲିସରେ ଖୁବ୍ ବର୍ଷି ଥିଲେ ସୁପ୍ରିମକୋର୍ଟ। ଯାହା ଘଟିଛି ତାହା ପୁରା ଦେଶର ହୃଦୟକୁ ଥରାଇ ଦେଇଛି ବୋଲି କୋର୍ଟ କହିଛନ୍ତି। ତେବେ କୋଲକାତା ପୋଲିସ ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେଇଛି। ଭରା କୋର୍ଟରେ ପୋଲିସଙ୍କୁ ପ୍ରଶ୍ନ କରିଥିଲେ ଚିଫ ଜୋଷ୍ଟିସ୍। ପ୍ରଶ୍ନ ପଚାରିବା ସହ ଏହାର କାରଣ କୋର୍ଟରେ ପୈଠ ସହ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। 
ଏହା ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ସରକାର କ୍ଷମତାର ପ୍ରୟୋଗ କରିପାରିବେନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା କେବଳ ଏକ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣା ନୁହେଁ। ବରଂ ସମଗ୍ର ଦେଶରେ ସ୍ବାସ୍ଥ୍ୟ ସେବାକୁ ନେଇ ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଏହା ସହିତ ପୀଡ଼ିତାଙ୍କ ପରିଚୟ ପ୍ରଘଟ ହେଇଥିବାରୁ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହା ପୀଡ଼ିତାଙ୍କ ସମ୍ମାନରେ ବାଧା ଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.