Movie prime

ମୋଦୀ କଲେ ବଡ଼ ଯୋଜନା ଦେଖନ୍ତୁ ଏହିପରି ଭାବେ ତିଆରି ହେବାକୁ ଯାଉଛି ୩କୋଟି ଘର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Tg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କ ପାଇଁ ସବୁଠୁ ବଡ ନିଷ୍ପତି ନେଇଛନ୍ତି। ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ କ୍ୟାବିନେଟ୍ ସହକର୍ମୀଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ନରେନ୍ଦ୍ର ମୋଦୀ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ ନିଷ୍ପତିକୁ କ୍ୟାବିନେଟ ଅନୁମୋଦନ କରିଛି। 
Gg
ତେବେ ତୃତୀୟଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସରକାର ସହାୟତା ପ୍ରଦାନ କରିବେ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗାଁ ଏବଂ ସହରରେ କରିବାକୁ ଥିବା ଏହି ଘର ଗୁଡିକରେ ପାଇଖାନା, ବିଦ୍ୟୁତ୍, ପାଣି ଏବଂ ଗ୍ୟାସ କନେକ୍ସନ୍ ବ୍ୟବସ୍ଥା ରହିବ। ଏହି ଯୋଜନା ଅନ୍ତର୍ଗତ ୧୦ ବର୍ଷରେ ମୋଟ ୪.୨୧ କୋଟି ଘର ପୂର୍ବରୁ ନିର୍ମିତ ହେଇସାରିଛି। 
ବନ୍ଧୁଗଣ ଏହି ଯୋଜନାରେ ଘର ବନେଇବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରୁ ଆର୍ଥିକ ସହାୟତା ମିଳିଥାଏ। ଯୋଗ୍ୟ ପ୍ରାବୀଣ ଏବଂ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ ଲାଗି ଭାରତ ସରକାର ୨୦୧୪ ଓ ୨୦୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ତେବେ ଯୋଗ୍ୟ ପରିବାରସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହେଇଥିବାଗୃହ ଆବଶ୍ୟକତା ପୂରଣ ପାଇଁ ଅତିରିକ୍ତ ତିନି କୋଟି ଘର ନିର୍ମାଣ ପାଇଁ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।