Movie prime

ଦେଖନ୍ତୁ ଦୁଇ ଓଡିଆଙ୍କ ଏହିପରି ବିଦେଶରେ ମୃ-ତ୍ୟୁ ହୋଇଥିବା ବେଳେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ କୁଏତରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତ ଦେହ ଶନିବାର ସକାଳେ ଓଡ଼ିଶାରେ ପହଞ୍ଚିଛି। 
Fr
ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସେମାନଙ୍କୁ ଶେଷ ଦର୍ଶନ କରିଛନ୍ତି। ଏହାପରେ ଦୁଇ ଓଡ଼ିଆଙ୍କ ମୃତ ଦେହକୁ ସେମାନଙ୍କ ଗାଁକୁ ପଠାଯାଇଛି। ତେବେ ମୃତକ ମହମ୍ମଦ ଜହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। ସେହିପରି ସନ୍ତୋଷ ଗୌଡ଼ଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗାଁରେ। ଉଭୟଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Vh
ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ ଶୁକ୍ରବାର ସକାଳେ କେରଳର କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରୁ ମୃତଦେହଗୁଡିକୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଯାଇଥିଲା। 
ତେବେ ବନ୍ଧୁଗଣ ଏନେଇ ପ୍ରଭାତି ପରିଡ଼ା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, "ଓଡ଼ିଶା ସରକାର ସବୁବେଳେ ଆପଣଙ୍କ ସହିତ ଅଛନ୍ତି, ଆପଣଙ୍କ ପାଇଁ ଯାହା ସମବେଦନା ଦରକାର ତାହା ପାଇଁ ଆମେ ପ୍ରସ୍ତୁତ" ବୋଲି କହିଛନ୍ତି। ଏବଂ ଭୁବନେଶ୍ୱର ବିମାନବନ୍ଦରରେ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ନେତା ଓ ଅଧିକାରୀମାନେ ମୃତକଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.