Movie prime

ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଏବେ ଆଦିବାସୀଙ୍କ ଉନ୍ନତି ଦେଖନ୍ତୁ ଏବେ ନିଆଯିବ ଏମିତି ପଦକ୍ଷେପ

 
H
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସରକାର ଆଦିବାସୀ ସମ୍ପ୍ରଦାୟ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ଆସିଛି ଖବର । ଏବେ ସରକାରଙ୍କ ଫୋକସରେ ରହିଛନ୍ତି ଆଦିବାସୀ ସମ୍ପ୍ରଦାୟ । ଆଦିବାସୀ ଲୋକଙ୍କ କଳା ସଂସ୍କୃତି, ପରମ୍ପରା ଏବଂ ବେଶଭୂଷାକୁ ସ୍ଵତନ୍ତ୍ର ପରିଚୟ ମିଳିବ ବୋଲି ଜଣାପଡିଛି ।
Gg
ଆଦିବାସୀ ଭଉ ଭଉଣୀଙ୍କୁ ସରକାର ଭେଟି ଦେଲେ ନୂଆ ଉପହାର । ଆଦିବାସୀଙ୍କ ପୋଷାକକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରାଗଲା । ଉପରୁ ଖବର ଆସିବା ପରେ ଜିଲ୍ଲାପାଳ ସିଧା ଆଦିବାସୀଙ୍କ ଗାଁରେ ପହଂଚିଗଲେ । ଆଉ ସେ ସେଠାରେ ପହଞ୍ଚୁ ପହଞ୍ଚୁ ଏଭଳି କିଛି ନିଷ୍ପତି ନେଲେ ଯାହା ଶୁଣିବା ପରେ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ମନରେ ଖୁସି ଖେଳି ଉଠିଛି । ବଦଳିଛି ସରକାର ଆଉ ବଦଳିବ ପରିସ୍ଥିତି । ଲୋକଲୋଚନକୁ ଆସୁନଥିବା ଅନେକ କଥା ଏବେ ଆସିବ । ଆଉ ଅନେକ ବିଷୟରେ ଲୋକମାନେ ଜାଣିବେ । 
Gg
ଯେଉଁ ଆଦିବାସୀ ସମ୍ପ୍ରଦାୟ ଦିନେ ବଣ ଜଙ୍ଗଲ ଭିତରେ ରହି ଯାଇଥିଲା ଆଉ ଆଧୁନିକ ଜଗତରୁ ବିଛିନ୍ନ ରହିଥିଲା ଏବଂ ଖଟି ଖାଇ କାଟି ପିନ୍ଧୁଥିଲା ଆଜି ଏହି ଆଦିବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସେମାନଙ୍କର କଳା ସଂସ୍କୃତି, ପରମ୍ପରା ଏବଂ ସବୁକିଛିକୁ ନୂଆ ପରିଚୟ ମିଳିବ । ଆଜିର ଆଧୁନିକ ଯୁଗରେ ସେମାନେ ନିଜକୁ ଖାପ ଖୁଆଇ କିଭଳି ଚଳିବେ ଏହାକୁ ନେଇ ଯୋଜନା କରାଯାଉଛି । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍ ଏହାର ମୁଖ୍ୟ ସୂତ୍ରଧାର ସାଜିଛନ୍ତି । 
ଜିଲ୍ଲାପାଳ ଦିନିକିଆ ଗସ୍ତରେ ଆସିଥିଲେ । ସେ କେଲିକା ଜନଜାତିଙ୍କ ବସ୍ତ୍ରକୁ ନେଇ ଏକ ବଜାର ସୃଷ୍ଟି କରିବେ ବୋଲି ଆଲୋଚନା କରିଛନ୍ତି । ଏହି ବସ୍ତ୍ର କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହାସହ ଅଧିକ ଲୋକ ସେଠାରେ କିଭଳି ଯୋଗ ଦେବେ ଏନେଇ ମଧ୍ୟ ସେ କହିଛନ୍ତି । ଏହା ଐତିହ୍ୟ ଆଉ ସାଂସ୍କୃତିକ ସହିତ ଜଡିତ । ଲୋପ ପାଇ ଯାଉଥିବା ଆଦିବାସୀଙ୍କ କଳା ସଂସ୍କୃତି ଏବଂ ପରମ୍ପରାକୁ ଆଉ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯିବ ବୋଲି ସୂଚନା ମିଳିଛି । ସେଠାକୁ ତହସିଲଦାର ଏବଂ ଅନେକ ସରକାରୀ କର୍ମଚାରୀ ଯାଇଥିଲେ ।