Movie prime

ବାହାଘରକୁ ପୂରିନି ବର୍ଷେ ଦେଖନ୍ତୁ ଘରକୁ ୪୯୦୦୦/- ଟଙ୍କା ପଠାଇ ସହିଦ ହୋଇଗଲେ ଯବାନ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଦେଶ, ବିଦେଶ ବିଷୟରେ ଆପଣମାନେ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଆମ ଦେଶର ଯବାନମାନଙ୍କୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଜଣେ ଯବାନଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜାମ୍ମୁକାଶ୍ମୀର ଗୁରୁଗ୍ରାମରେ ହୋଇଥିବା ଗୁଳି ବିନିମୟ ବିଷୟରେ ତ ଆପଣମାନେ ଜାଣିଥିବେ ।
Gh
ଜମ୍ମୁକାଶ୍ମୀରର ଗୁରୁଗ୍ରାମରେ ହୋଇଥିବା ଗୁଳି ବିନିମୟରେ ଭାରତୀୟ ଯବାନଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏବେ ଏକ ଦୁଃଖର ବିଷୟ ଘଟିଛି । ଏହି ଗୁଳି ବିନିମୟରେ ଆମ ଭାରତୀୟ ଯବାନ ଦୁଇଜଣ ସହିଦ ହୋଇଛନ୍ତି । ଏହି ଦୁଇଜଣ ଯବାନଙ୍କ ମଧ୍ୟରୁ ଜଣେ କମାଣ୍ଡୋ ଥିଲେ । ରାଷ୍ଟ୍ରୀୟ ରାଇଫଲର ପ୍ରବୀଣ ଜଞ୍ଜାଲ ଏହି ଗୁଳି ବିନିମୟରେ ସହିଦ ହୋଇଛନ୍ତି । ଯାହା ଶୁଣି ଏବେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଯାନନ୍ ଜଣଙ୍କର ବୟସ ବହୁତ କମ୍ ଅଟେ । 
Vv
ପ୍ରବୀଣଙ୍କ ବୟସ ସବୁ ଯବାନମାନଙ୍କ ବୟସ ଠାରୁ କମ୍ ଥିଲା । ସେ କମ୍ ବୟସରେ ମାଟି ମାଆ ପାଇଁ ନିଜ ଜୀବନ ଦେଇ ଦେଇଛନ୍ତି । ପ୍ରବୀଣ ସବୁଦିନ ପରି ସେହିଦିନ ମଧ୍ୟ ଘରକୁ ଫୋନ କରି କଥା ହୋଇଥିଲେ । ଆଉ ସେ ଘରକୁ ୪୯ ହଜାର ଟଙ୍କା ପଠାଇଥିଲେ ଏହା ପାଇଛନ୍ତି ନା ନାହିଁ ମଧ୍ୟ ପଚାରିଥିଲେ । ତାଙ୍କର ଘର କାମ ଚାଲିଛି । ୟୁପିଆଇ ଜରିଆରେ ସେ ଏହି ଟଙ୍କା ଘର ତିଆରି ପାଇଁ ପଠାଇଥିଲେ । ଘର ଲୋକଙ୍କ ସହିତ କଥା ହେବାର ଦୁଇଘଣ୍ଟା ପରେ ପ୍ରବୀଣ ସେହି ସ୍ଥାନକୁ ଯିବାକୁ କଲ୍ ଆସିଥିଲା ।
ଆଉ ସେଠାକୁ ସେ ଯାଇ ସର୍ଚ୍ଚ ଅପରେସନ କରିଥିଲେ । ସେଠାରେ ତାଙ୍କ ସହିତ ଏଭଳି ଘଟଣା ଘଟିଗଲା । ଆତଙ୍କବାଦୀଙ୍କ ଗୁଳିରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସେ ସହିଦ ହୋଇ ଯାଇଛନ୍ତି । ପୁଅ ସହିଦ ହେବା ଖବର ଶୁଣି ବାପା ମାଆ କାନ୍ଦି ପକାଇଛନ୍ତି । ପ୍ରବୀଣ କିଛି ମାସ ତଳେ ବିବାହ କରିଥିଲେ ଆଉ ଏବେ ତାଙ୍କ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆତଙ୍କବାଦୀଙ୍କୁ ଏବେ ତାଙ୍କ ପରିଣାମ ମହଙ୍ଗା ପଡ଼ିବ ବୋଲି ଖବର ଆସିଛି । ପ୍ରବୀଣଙ୍କ ସହିଦ ବେକାର ହେବ ନାହିଁ ବୋଲି କୁହାଯାଇଛି ।