Movie prime

୪ ବର୍ଷର ବାଳକ ରଚିଲା ଇତିହାସ ଦେଖନ୍ତୁ କେମିତି ହେଲା ଏମିତି

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଖପୁରାର ଜଣେ ବିସ୍ମୟ ବାଳକ ଦାନିସ ଦେବାଂଶ ରାଉତ ତାଙ୍କ ବୟସ ହେଉଛି ମାତ୍ର ୪ ବର୍ଷ। ଦାନିସ୍ ଖେଳକୁଦ ବୟସରେ ମାତ୍ର ୪୯ ସେକେଣ୍ଡରେ ଏସିଆ ମହାଦେଶର ୪୮ଟି ଦେଶର ରାଜଧାନୀର ନାମ ଉଚ୍ଚାରଣ କରି ଇଣ୍ଟରନ୍ୟାସାନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। 
Hh
ବନ୍ଧୁଗଣ ଏଭଳି ଏକ ବିସ୍ମୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗରି ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତରେ। ଦାନିସ ଦେବାଂଶ ରାଉତ ମାତ୍ର ୪ ବର୍ଷ ବୟସର ଏହି ବିସ୍ମୟ ବାଳକ ନିଜର ପ୍ରଖର ବୁଦ୍ଧି ପାଇଁ ରାଜ୍ୟ ତଥା ଜିଲ୍ଲା ପାଇଁ ଏହି ଗୌରବ ଆଣିଛନ୍ତି। ଦାନିସ ଦେବାଂଶ ଅପୂର୍ବ ପ୍ରତିଭା ପାଇଁ ସଫଳତା ସ୍ୱରୂପ ଇଣ୍ଟରନ୍ୟାସାନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏହି ରେକର୍ଡ କରିବା ପରେ ଦାନିସଙ୍କୁ ଶୁଭେଛା ଓ ପ୍ରଶଂସା ମିଳୁଛି। 
Vb
ସୂଚନା ଅନୁସାରେ ଦାନିସ ଦେବାଂଶ ଏବେ ସ୍ଥାନୀୟ ଏସ.ଟି ଯାଭିୟର ଇଂରାଜୀ ସ୍କୁଲର ଏଲକେଜିରେ ପଢୁଛନ୍ତି। ଗତବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପରେ ଏ ବର୍ଷ ସେ ଦ୍ଵିତୀୟ ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତ ଚଳାଇଥିବା ତାଙ୍କ ପିତା ମାତା କହିଥିବା ବେଳେ ବଡ ହେଲେ ଭବିଷ୍ୟତରେ ପୁଅକୁ ଜଣେ ବୈଜ୍ଞାନିକ କିମ୍ବା ଡାକ୍ତର କରିବା ପାଇଁ ଆଶା ରଖିଛନ୍ତି। 
ଖାଲି ସେତିକି ନୁହେଁ ସଂସ୍କୃତ ଶ୍ଲୋକ ଗୁଡ଼ିକ ମଧ୍ୟ ଦାନିସ ନିର୍ଭୁଲ ଭାବରେ କହି ପାରୁଛନ୍ତି। ଦାନିସଙ୍କ ବାପା ନିକଟସ୍ଥ ବିଶା ଷ୍ଟିଲରେ ଜଣେ ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି।ଦାନିସଙ୍କ ସଫଳତା ପରେ ତାଙ୍କ ବିଦ୍ୟାଳୟର ପ୍ରିନ୍ସପାଲ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.