Movie prime

ଓଡ଼ିଶାର ରହସ୍ୟମୟ ମନ୍ଦିର ଦେଖନ୍ତୁ ଆପେ ଆପେ ବଦଳେ ରଙ୍ଗ ଦେଖନ୍ତୁ କଣ ରହିଛି ଚମତ୍କାର

 
Bv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ବନ୍ଧୁଗଣ ଢେଙ୍କାନାଳର ଅଷ୍ଟଶମ୍ଭୁ ମନ୍ଦିରର ରହସ୍ୟ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ। ଏହି ଅଷ୍ଟଶମ୍ଭୁ ମନ୍ଦିରର ରଙ୍ଗ ପ୍ରତିମାସରେ ବଦଳି ଥାଏ। ଆଉ ଶିବରାତ୍ରିରେ ମନ୍ଦିରର ଶିଖରରେ ଖେଳନ୍ତି ନାଗନାଗୁଣୀ। ଏହି ମନ୍ଦିରଟି ଢେଙ୍କାନାଳ ବରଜଙ୍ଗ ବ୍ଲକ କୁଆଳୋ ଗ୍ରାମରେ ବାବା ଅଷ୍ଟସମ୍ଭୁଙ୍କ ଶୈବ ପୀଠରେ ଅବସ୍ଥିତ। କିମ୍ବଦନ୍ତୀ ଅନୁସାରେ ଅଷ୍ଟମ ଶତାବ୍ଦୀରେ ସ୍ତମ୍ଭବଂଶୀୟ ରାଜା ରଣସ୍ତମ୍ଭ ମନ୍ଦିରକୁ ନିର୍ମାଣ କରିଥିଲେ। ପୁରାତନ ପଥରର କଳାରେ ମନ୍ଦିରର କାରୁ କାର୍ଯ୍ୟ କରାଯାଇଛି। 
Gg
ମନ୍ଦିରରେ ସରୁ ସରୁ ଛୁଞ୍ଚି ମୁନରେ ନିର୍ମାଣ କରାଯାଇଥିବା ପାର୍ଶ୍ଵ ଦେବୀଙ୍କ ମୂର୍ତ୍ତି ଦେଖିବାକୁ ଅତି ସୁନ୍ଦର ଅଟେ। ମନ୍ଦିର ପରିବେଶରେ ବାବା ଶମ୍ଭୁ ୮ଟି ମନ୍ଦିରରେ ପୂଜା ପାଉଛନ୍ତି ଅଷ୍ଟସମ୍ଭୁ। ଅଷ୍ଟଶମ୍ଭୁଙ୍କ ନାମ ଗୁଡିକ ହେଉଛି କନେକଶ୍ୱର, ପଶ୍ଚିମେଶ୍ୱର, ସ୍ୱପ୍ନେଶ୍ୱର୍, ସିଦ୍ଧେଶ୍ୱର , ବୈଦ୍ୟନାଥଶ୍ୱର୍ , ଲୋକନାଥେଶ୍ୱର୍, କପିଳେନ୍ଦ୍ର, ବାଣେଶ୍ୱର ଆଦି ନାମରେ ମନ୍ଦିର ପରିସରରେ ଥିବା ମନ୍ଦିର ଗୁଡିକରେ ପୂଜା ପାଉଛନ୍ତି ବାବା ଅଷ୍ଟସମ୍ଭୁ। ମନ୍ଦିରର ମହତ୍ତ୍ଵ ହେଉଛି, ମାସର ଉଭୟ ଶୁଳ୍କ ପକ୍ଷରେ ଏବଂ କୃଷ୍ଣ ପକ୍ଷରେ ମନ୍ଦିରର ରଙ୍ଗ ପରିବର୍ତ୍ତନ ହେଇଥାଏ। 
ଆଜି ବି ବିଦ୍ୟମାନ ଥିବା ଏହି ପୁରାତନ ମନ୍ଦିରଟି ଭାରତ ସରକାରଙ୍କ ପ୍ରତ୍ନତତ୍ଵିକ ବିଭାଗକୁ ରକ୍ଷଣାବେକ୍ଷଣ ପାଇଁ ହସ୍ତାନ୍ତର କରାଯାଇଛି। ଯାହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଏବେ ବି ଜାରି ରହିଛି। ଷୋଡ଼ଶ ଶତାବ୍ଦୀର ସପ୍ତମ ଦଶକରେ ଅର୍ଥାତ୍ ପ୍ରାୟ ୧୫୭୦ ମସିହା ବେଳକୁ କଳା ପାହାଡ଼ର ଆକ୍ରମଣରେ କୋଦାଳକଗଡ ବା ବର୍ତ୍ତମାନର କୁଆଳ ଗ୍ରାମରେ ଥିବା ଅଷ୍ଟଶମ୍ଭୁଙ୍କ ମନ୍ଦିର ଛାରଖାର ହେଇଯାଇଥିଲା। ଯାହାର ଭଗ୍ନାଅବଶେଷ ଏବେ ବି ମୁକ ସାକ୍ଷୀ ହେଇ ରହିଛି। ଭାରତ ସରକାରଙ୍କ ପ୍ରତ୍ନତାତ୍ଵିକ ବିଭାଗକୁ ମନ୍ଦିରଟି ହସ୍ତାନ୍ତର ପରେ ଏହାର ରୂପରେଖ ବଦଳିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.