Movie prime

ଖୋଲିଲା ହୀରାକୁଦ ଜଳ ଭଣ୍ଡାର ଦେଖନ୍ତୁ ପାଣିରେ ଭାସିଯିବ ଏହିସବୁ ଜିଲ୍ଲା !!

 
Gv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ହୀରାକୁଦ ଗେଟ ଖୋଲିବା ଦ୍ଵାରା କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ମାଡ଼ି ଆସିବ। ତଳିଆ ଅଞ୍ଚଳକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ। ୭ନଂ ସ୍ଲୁଇସ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀର ଜଳପ୍ରବାହ ବଢ଼ିଛି। ତେଣୁ ରବିବାର ଜଳଭଣ୍ଡାରରୁ ସ୍ଲୁଇସ ଗେଟ ମାଧ୍ୟମରେ ଚଳିତ ଋତୁର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 
Gg
ଏଥିପାଇଁ ଗତ ଦୁଇଦିନ ହେଲା ମହାନଦୀ ଅବବାହିକାରେ ବସବାସ କରୁଥିବା ଅଧିବାସୀଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ରହିବାକୁ ସୂଚନା ଦିଆଯାଉଛି। ମୁଖ୍ୟଯନ୍ତ୍ରୀ ମହାନଦୀ ବେସିନ ଇଂ. ସୁଶୀଳ କୁମାର ବେହେରା କହିଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧିପାଇଛି। ରୁଲ୍କର୍ଭ ନିୟମ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୫ ଫୁଟରୁ ପ୍ରାୟ ୧୦ ଫୁଟ ଅଧିକ ରହିଥିବାରୁ ରବିବାର ସକାଳ ୯ଟାରେ ସ୍ଲୁଇସ ଗେଟ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯିବ। 
Bb
ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସ୍ଲୁଇସ ଗେଟ ଖୋଲିବା ପ୍ରକ୍ରିୟାର ଶୁଭାରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶକୁ ଅନୁଧ୍ୟାନକରି ଗେଟ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ। ତେବେ ବର୍ତ୍ତମାନ ସ୍ଥିତିରେ ୧୦ରୁ ୧୨ଟି ଗେଟ ଖୋଲାଯିବ। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୦୫ ଅତିକ୍ରମ କଲେ ସ୍ଲୁଇସ ଗେଟ ମାଧ୍ୟମରେ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। 
ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬.୯୩ ମିଲିମିଟର ଓ ତଳମୁଣ୍ଡରେ ୨୨.୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶନିବାର ରାତି ସାଢ଼େ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୨୯ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ହଜାର ୧୧୨ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ୩୯ ହଜାର ୫୧୨ ଘନଫୁଟ ଜଳ ନିଷ୍କାସନ କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.