Movie prime

ଗର୍ଜନ କଲାଣି ସମୁଦ୍ର ଦେଖନ୍ତୁ ମାଡ଼ି ଆସିବ ପାଣି ସତର୍କ ରୁହ ଏହିସବୁ ଜିଲ୍ଲା

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଆସୁଛି ଆଉ ଏକ ବଡ ଲଘୁଚାପ। ଚାଷୀ ମାନେ ଆଗୁଆ ସାବଧାନ ରୁହନ୍ତୁ ଏବଂ ସତର୍କ ହେଇଯାଆନ୍ତୁ। ୬ ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ପୁଣି ଆସୁଛି ଆଉ ଏକ ବଡ ଲଘୁଚାପ। ଗୋଟେ ଲଘୁଚାପ ନସରୁଣୁ ଆଉ ଏକ ଗୋଟେ ଲଘୁଚାପ ମାଡ଼ି ଆସୁଛି। 
Gg
ଓଡ଼ିଶା ଉପରୁ ହଟୁନି ବିପଦ। ସମୟ ଯେତେ ଗଡୁଛି ବିପଦ ସେତେ ମାଡି ଆସୁଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ସେପଟେ ପଛକୁ ପଛ ଲଘୁଚାପ ଆସୁଥିବା ବେଳେ ବର୍ଷା ଛାଡିବାର ନା ଧରୁନି। ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ସବୁବେଳେ ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ରଖୁଛି। ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢିବ। ପୁଣି ପଶ୍ଚିମ ଓଡ଼ିଶା ଉତ୍ତର ଆଭ୍ୟନ୍ତରୀଣ ଅଧିକ ବର୍ଷା ହେବ। 
Gg
ଏପରିକି କିଛି ସ୍ଥାନରେ ଅତିପ୍ରବଳ ବର୍ଷା ମଧ୍ୟ ହେଇପାରେ। ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ଯାଏଁ ବର୍ଷା ଲାଗି ରହିବ। ସୁନ୍ଦରଗଡରୁ ସମ୍ବଲପୁର ଯାଏଁ ପଶ୍ଚିମଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ। ସେପଟେ ଆସନ୍ତା ୬ ତାରିଖରେ ଝାରଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇପାରେ। ଏହା ପ୍ରଭାବରେ ବର୍ଷା ଆହୁରି ବଢିବ। ୬ ତାରିଖ ସନ୍ଧ୍ୟାରୁ ଭୟଙ୍କର ରୂପ ନେବ। ପଶ୍ଚିମ ଉତ୍ତର ଆଭ୍ୟନ୍ତରରେ ୮ ତାରିଖ ଯାଏଁ ବର୍ଷା ହେବ। 
ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଗାଙ୍ଗିୟ ପଶ୍ଚିମବଙ୍ଗ ଓ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ପାଖରେ ଏକ ଲଘୁଚାପ ସୃଷ୍ଟି ହେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନେକ ବର୍ଷା ହେଇପାରେ। ଏହି ଲଘୁଚାପ କ୍ଷେତ୍ର ରାଜ୍ୟ ଠାରୁ ଦୂରରେ ଥିବାରୁ ଏହାର ବିଶେଷ ପ୍ରଭାବ ରହିବ ନାହିଁ।