Movie prime

ଓଡ଼ିଶାରେ ଘଟିଲା ଲଜ୍ୟା ଜନକ ଘଟଣା ଦେଖନ୍ତୁ ଦେଖୁ ଦେଖୁ କଣ ହେଇଗଲା ଏମିତି

 
Gv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ୨୨ ବର୍ଷୀୟା ରୀମାଙ୍କ ଘର। କେବେଠାରୁ ମାଆଙ୍କୁ ହରାଇଥିଲେ। ମାନସିକ ବିକାରଗସ୍ତ ବାପାଙ୍କ ସହିତ ଘରେ ଏକାକୀ ରହୁଥିଲେ। ନିଜ ସମ୍ପର୍କୀୟଙ୍କ ସହିତ ଜମିବାଡ଼ି ବିବାଦ ଲାଗି ରହୁଥିବାରୁ କେହି ଘରକୁ ଯିବା ଆସିବା କରୁନଥିଲେ। କହିବାକୁ ଗଲେ ରୋଗୀଣା ବାପାଙ୍କୁ ଧରି ନିର୍ବାସନ ଜୀବନ ଅତିବାହିତ କରୁଥିଲେ ରୀମା। ଏହାର ସୁଯୋଗ ନେଇ କିଛି ଯୌନ ରାକ୍ଷସ ତାଙ୍କ ଉପରେ ପକାଇଥିଲେ ଲୁଲୁପ ନଜର। ଆଉ ରାତି ଅଧରେ ତାଙ୍କ ଘରକୁ ଆସୁଥିଲେ। ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୦ ପରେ ଶୂନ୍‌ ଶାନ୍‌ ହୋଇଯାଉଥିଲା ଗାଁ ଦାଣ୍ଡ। ଆଉ ସେହି ଅନ୍ଧାର ରାତିରେ ଗାଁର ୬ରୁ ୭ ଜଣ ଯୁବକ ରୀମା ଘରେ ଜବରଦସ୍ତି ପଶୁଥିଲେ। 

Bg

ମାନସିକ ବିକାରଗସ୍ତ ବାପାଙ୍କୁ ଘରେ ପୂରାଇ ରୀମାଙ୍କୁ ଛାଡ଼ ଉପରକୁ ଟେକି ନେଉଥିଲେ। ରାତି ସାରା ଖୋଲା ଆକାଶ ତଳେ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରୁଥିଲେ। ହେଲେ ମୁହଁ ଖୋଲି ଚିତ୍କାର କରିପାରୁନଥିଲେ ରୀମା। ଦେହର ସବୁ ଯନ୍ତ୍ରଣାକୁ ଦେହରେ ଜାବୁଡି ଧରି ଆଖିର ଲୋହକୁ ପିଇ ଯାଉଥିଲେ। ଆଉ ରାତି ପାହି ଆସିବା ପୂର୍ବରୁ ପଳାଇ ଯାଉଥିଲେ ଯୌନ ରାକ୍ଷସ। ଗଲା ବେଳେ ଦେଇ ଯାଉଥିଲେ ଧମକ, କାହାକୁ କହିଲେ ଜୀବନରୁ ମାରିଦେବୁ। କ୍ଷତବିକ୍ଷତ ଶରୀର ଓ ଅସହାୟତା ଜୀବନକୁ ନେଇ ବଞ୍ଚୁଥିବା ରୀମା କିନ୍ତୁ ଭୟରେ ମୁହଁ ଖୋଲି ପାରୁନଥିଲେ। କାରଣ ମୁଣ୍ଡରେ ଘୂରି ବୁଲୁଥିଲା ଯୌନ ରାକ୍ଷସଙ୍କ ନାଲି ଆଖି। ତେଣୁ ସୂରୁଜ ଉଇଁବା ପୂର୍ବରୁ ଛାତରୁ ଆସି ବନ୍ଦୀ ରହିଥିବା ବାପାଙ୍କୁ ଘରୁ କାଢୁଥିଲେ। 

Bb

ମନ ଭିତରେ ସବୁ ଦୁଃଖ ଓ ଯନ୍ତ୍ରଣାକୁ ବାପାଙ୍କ କୋଳରେ ଥୋଇ ଦେଉଥିଲେ ରୀମା। ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଏମିତି ପ୍ରାୟତଃ ପ୍ରତିଦିନ ଆସି ରୀମାଙ୍କୁ ଗଣ ଦୁ-ଷ୍କ-ର୍ମ କରୁଥିଲେ। ଏହାରି ଭିତରେ ସେ ୭ ମାସର ଗର୍ଭବତୀ ହୋଇଥିଲେ। ଏକଥା ଜାଣି ମଧ୍ୟ ଯୌ-ନ ରାକ୍ଷସମାନେ ତାଙ୍କୁ ବାରମ୍ୱାର ଦୁ-ଷ୍କ-ର୍ମ କରୁଥିଲେ। ତାଙ୍କୁ ମାସାଧିକ ସମୟ ଗଣ ଦୁ-ଷ୍କ-ର୍ମ କରି ଆସୁଥିଲେ। ସବୁ ମାନବିକତା ଭୁଲି ଯାଇଥିଲେ। ସୌଭାଗ୍ୟକୁ ରୀମାଙ୍କ ଯନ୍ତ୍ରଣା ଶୁଣିପାରିଥିଲେ ଗାଁର ଜଣେ ବ୍ୟକ୍ତି। ଆଉ ସେ ଏ ନେଇ ଢେଙ୍କାନାଳ ‘ସଖି’କୁ ଖବର ଦେଇଥିଲେ। ‘ସଖି’ କର୍ମଚାରୀମାନେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। 

ଅଭିଯୋଗକୁ ଭିତ୍ତିକରି ଆଜି ଉକ୍ତ ଗାଁରେ ପହଞ୍ଚିଥିଲା ପୁଲିସ୍‌। ପୀଡ଼ିତାଙ୍କୁ ଉଦ୍ଧାର କରି ‘ସଖି’ରେ ରଖିବା ସହିତ ତାଙ୍କୁ ଚିକିତ୍ସା ସହାୟତା ଯୋଗା ଦେଇଛି ପୁଲିସ୍‌। ଏପରିକି ପୀଡ଼ିତାଙ୍କ ବାପାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଢେଙ୍କାନାଳ ଏସ୍‌ପି ମାମଲାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ଗାଁରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ମଧ୍ୟ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଛି। ସେପଟେ ଏହି ଘଟଣାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.