Movie prime

ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ମାଡିଆସୁଛି ବାତ୍ୟା "ଅସନା"। ବାତ୍ୟା "ଅସନା" ଧିରେ ଧିରେ ଏବେ ଆନ୍ଧ୍ରପ୍ରଦେଶ ଆଡ଼କୁ ଆସିଲାଣି। ଯେଉଁଥିପାଇଁ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହେଉଛି। ଯାହାଫଳରେ ଏବେ ସ୍ଥିତି ସଂଘାତିକ ହେଇ ପଡ଼ିଲାଣି। ଏଥିସହିତ ତେଲେଙ୍ଗାନା ଏବେ ରହିଛି ହାଇ ଆଲର୍ଟରେ। କାରଣ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେଇଥିବା ଝଡ ପ୍ରଭାବରେ ପ୍ରବଳ ଅନେକ ଉପକୁଳିଆ ରାଜ୍ୟରେ ଆସନ୍ତା ଦିନରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। 
Hh
ବନ୍ୟା ଏବଂ ଭୂସ୍ଖଳନ ପାଇଁ ଆନ୍ଧ୍ରରେ ବର୍ଷା ସହିତ ଜଡ଼ିତ ଘଟଣାରେ ଅତିକମରେ ୮ ଜଣଙ୍କର ମୃ-ତ୍ୟୁ ହେଲାଣି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ଆଇଏମଡି କହିଛି ଯେ ତେଲେଙ୍ଗାନା ବ୍ୟତୀତ ଆନ୍ଧ୍ରର ଉପକୂଳିଆ ଅଞ୍ଚଳ କର୍ଣ୍ଣାଟକରେ ଅତ୍ୟଧିକ ମାତ୍ରାରେ ବର୍ଷା ହେବା ଅନୁମାନ ରହିଛି। ସମାନ ଭାବରେ ପୂର୍ବମଧ୍ୟପ୍ରଦେଶ ଓଡିଶା ଛତିଶଗଡ ପୂର୍ବରାଜସ୍ଥାନ ଗୁଜୁରାଟରେ ମଧ୍ୟ ଆଜି ପ୍ରବଳ ମାତ୍ରାରେ ବର୍ଷା ହେଇପାରେ। 
Vv
ମାଲକାନଗିରି କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଗଲାଣି। ଆସନ୍ତାକାଲି ପଶ୍ଚିମବଙ୍ଗ ମାଲକାନଗିରି, କୋରପୁଟ, ନବରଙ୍ଗପୁର ଅରେଞ୍ଜ ୱାରିଂ ସହିତ ଅନ୍ୟ ଛଅଟି ଜିଲ୍ଲାକୁ ଜାରି ହେଇଛି ୟେଲୋ ଆଲର୍ଟ। ଆସନ୍ତା ୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗପୋସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମକେନ୍ଦ୍ର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହେଇଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। 
ତେବେ ଅବପାତ ପାଇଁ ରାଜ୍ୟରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଇପାରେ। ତେବେ ଭୁବନେଶ୍ୱରରେ ମଧ୍ୟ ବାତ୍ୟାର ଆଂଶିକ ପ୍ରଭାବ ଦେଖିବାକୁ ମିଳିବ। ଅନେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହିତ ପବନ ବହିବା ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ସେପ୍ଟେମ୍ୱର ୪ ତାରିଖ ସୁଧା ପାଗରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ଓଡିଶା ଉପରେ ମଧ୍ୟ ବାତ୍ୟା "ଅସନା"ର ପ୍ରଭାବ ପଡିବାକୁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.