Movie prime

ମଦପିଇ ଟଳ ମଳ ମଦୁଆ ଶିକ୍ଷକ ଦେଖନ୍ତୁ ଏହି ଦୃଶ୍ୟ

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମ-ଦୁ-ଆ ଶିକ୍ଷକ ସ୍କୁଲରେ କରୁଥିଲେ ହାଇ ଭୋଲଟେଜ ଡ୍ରାମା। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ମାତାଲ ଶିକ୍ଷକ ଦେଖାଉଥିଲେ ନିଜ କାରନାମା। କେତେବେଳେ ସାର୍ଟ ଖୋଲି ଫୋପାଡ଼ୁଥିଲେ ତ କେତେବେଳେ ନନ୍‌ଷ୍ଟପ୍‌ କଥା ହୋଇ ଚାଲୁଥିଲେ। ସାର୍‌ଙ୍କ ଏପରି ରୋଲ୍‌ ଦେଖି ପିଲା ସ୍କୁଲ ଆସିବାକୁ ପଛଘୁଞ୍ଚା ଦେଉଥିବା ବେଳେ ତାତି ଯାଉଥିଲେ ଅଭିଭାବକ। ଏହାସତ୍ତ୍ୱେ ବି ଶିକ୍ଷକଜଣକ ନ ସୁଧୁରିବାରୁ ଶେଷରେ ମ-ଦୁ-ଆ ଶିକ୍ଷକଙ୍କୁ ସ୍କୁଲରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ। 
Ff
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଦଶରପୁର ବ୍ଲକ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ନାରୀ ଗାଁ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ। ଆପଣ ମାନେ ତ ଜାଣିଥିବେ ଆମେ ମାନେ ବିଦ୍ୟାଳୟକୁ ମନ୍ଦିର ଭାବେ ମାନୁ ଆଉ ପୂଜା ମଧ୍ୟ କରିଥାଉ। ଆଉ ପିଲାଙ୍କ ଭବିଷ୍ୟତ ଏହି ଶିକ୍ଷକ ମାନଙ୍କ ହାତରେ ରହିଥାଏ। ସେମାନେ ନିଜ ହାତରେ ପିଲାଙ୍କ ଭବିଷ୍ୟତ ଗଢିତୋଳି ଥାଆନ୍ତି। କିନ୍ତୁ ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ପିଲା ମାନଙ୍କୁ ପାଠ ନପଢ଼େଇ ମ-ଦ ପିଇ ସ୍କୁଲରେ ହିଁ ବସି ରହିଛନ୍ତି। ଶିକ୍ଷକଙ୍କ ନାଁ ହେଉଛି ପ୍ରଦୀପ ଦାସ। 
Vv
ପ୍ରଦୀପ କୁମାର ଦାଶ ପ୍ରାୟତଃ ସବୁଦିନ ସ୍କୁଲକୁ ନି-ଶା-ସ-କ୍ତ ଅବସ୍ଥାରେ ଆସୁଥିଲେ। ସ୍କୁଲରେ ପାଠ ପଢ଼ାଇବା ଦୂରର କଥା ସେ ନିଜେ ବି ହୋସ୍‌ରେ ରୁହନ୍ତି ନାହିଁ। ଏଥିଯୋଗୁ ସ୍କୁଲର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିଲେ ଅଭିଭାବକ। ଶିକ୍ଷକଜଣକ ଗତକାଲି ସବୁ ସୀମା ଲଘିଂଲେ। ଗତ କାଲି ସେ ନି-ଶା-ସ-କ୍ତ ହୋଇ ବିଦ୍ୟାଳୟ ଆସିଥିଲେ। ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ସେ ଗର୍ଜନ କରିବା ସହ ସାର୍ଟ ଖୋଲି ମନଇଚ୍ଛା କଥା ହେବାକୁ ଲାଗିଲେ। ଫଳରେ ପିଲାମାନେ ପାଠ ପଢ଼ିବା କଷ୍ଟକର ହୋଇ ପଡ଼ିଲା। 
ଖବର ପାଇ ଗାଁ ଲୋକେ ପହଞ୍ଚି ତାଙ୍କୁ ଯେତେ ବୁଝାଇଲେ ମାତ୍ର ସେ କିଛି ଶୁଣିବା ଅବସ୍ଥାରେ ନଥିଲେ। ଗ୍ରାମବାସୀ ତାଙ୍କର ଭିଡ଼ିଓ ରେକର୍ଡିଂ କରିଥିଲେ ମଧ୍ୟ ଶିକ୍ଷକ ଜଣକ ଏହାକୁ ଖାତିର କରିନଥିଲେ। ପରିସ୍ଥିତି ଆୟତ୍ତକୁ ନ ଆସିବାରୁ ଶିକ୍ଷକ ପ୍ରଦିପ କୁମାର ଦାଶଙ୍କୁ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଛାଡି ପଳାଇବାକୁ କହିଥିଲେ। ପୁର୍ନବାର ସ୍କୁଲ ନ ଆସିବାକୁ ତାଙ୍କୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଥିସହ ତୁରନ୍ତ ତାଙ୍କୁ ସ୍କୁଲରୁ ହଟାଇବାକୁ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଯାଇଥିବା ଗ୍ରାମବାସୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.