ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା ଦେଖନ୍ତୁ କଣ ହେଲା
Aug 16, 2024, 21:21 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଦେଖିବାକୁ ମିଳୁଛି ସ୍ଵାଧୀନତା ଦିବସରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ ମାଝୀ କହିଲେ ନୂଆ ନିଯୁକ୍ତି ବାହାରିବ। ଓଡ଼ିଆ ଜାତି ବିକଶିତ ହେବା ସହିତ ନୂଆ ଶିଖର ଛୁଇଁବ। ୫୦୦ ଆଦିବାସୀ ଗ୍ରାମକୁ କରାଯିବ ବିକଶିତ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ପତକା ଉତ୍ତୋଳନ କରିଛନ୍ତି। ରାଜ୍ୟ ସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ପତକା ଉତ୍ତୋଳନ ପରେ ସେ ଗନ୍ଧୀମାର୍ଗରେ ରାଜ୍ୟବାସିଙ୍କୁ ସମ୍ବୋଧନ କରିଛନ୍ତି। ଆଉ ସେହି ଅବସରରେ ଓଡ଼ିଶାବାସୀଙ୍କ ପାଇଁ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀମନ୍ଦିରର ଚାରିଦ୍ୱାର ଆମେ ଖୋଲିଛୁ। ଓଡ଼ିଆର ଅସ୍ମିତା ପାଣ୍ଠି କରିଛୁ। ଏଥିସହ ଧାନ କ୍ୟୁଣ୍ଟାଲ୍ ୩୧୦୦ ଟଙ୍କା କରିବା ସହିତ ସେପ୍ଟେମ୍ୱର ୧୭ରୁ ସୁଭଦ୍ରା ଯୋଜନା ଲାଗୁ କରାଯିବ।
ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବୀ ପୂରଣ କରିବା ସହିତ ଆଗାମୀ ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ବିକଶିତ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସମ୍ବୋଧନ ସମୟରେ ବଡ ଘୋଷଣା ଏଭଳି କରିଛନ୍ତି ମୁଖ୍ୟମନ୍ତ୍ରୀ। ହକି ଦଳକୁ ଶୁଭେଛା ଜଣାଇବା ସହିତ ରାଜ୍ୟରେ ଏକ ହକି ଷ୍ଟାଡିୟମ୍ ହେବା ନେଇ ଘୋଷଣା କରିଛନ୍ତି। ହଜାର କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିୟମ୍ ନିର୍ମାଣ ହେବ। ଭାରତର ହକି ଦଳକୁ ଓଡ଼ିଶାର ସମ୍ପସରସିପକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଛି।
ସେହିପରି ଆଗାମୀ ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ଆଦର୍ଶ ଆଦିବାସୀ ଗ୍ରାମ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ତେବେ ଖାଲି ଏତିକି ନୁହେଁ ରାଜ୍ୟରେ ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦେକ୍ଷପ ଗ୍ରହଣ କରିଛନ୍ତି। ତା ସହିତ ଆଗାମୀ ୫ ବର୍ଷରେ ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।