ପ୍ରେମ ପ୍ରତାରଣା ଧୋକାରେ ଆସିଲା ବଡ଼ ଖବର ଦେଖନ୍ତୁ ତାମିଲନାଡୁ ପ୍ରେମ କରିବା ପଡ଼ିଲା ମହଙ୍ଗା
Aug 9, 2024, 17:43 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ତାମିଲନାଡୁରେ ହେଇଥିଲା ପ୍ରେମ। ତାମିଲନାଡୁରେ ଉଭୟ ପ୍ରେମୀଯୁଗଳଙ୍କ ଦେଖା ହେଇଥିଲା। ଗୋଟିଏ କମ୍ପାନୀରେ ଉଭୟ ପ୍ରେମିକ ପ୍ରେମିକା ଚାକିରୀ ମଧ୍ୟ କରୁଥିଲେ। ତାପରେ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଦୀର୍ଘ ୯ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।
ହେଲେ ଏବେ ପ୍ରେମିକାକୁ ଧୋକା ଦେଇଛି ପ୍ରେମିକ କମଳାକାନ୍ତ ନାୟକ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢ଼ଗ୍ରାମ ପଞ୍ଚାୟତର କଇଁଫୁଲିଆ ଜଟା ସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ମୁତାବିକ କଇଁଫୁଲିଆ ଗ୍ରାମର କମଳାକାନ୍ତ ନାୟକ ଓ ଢେଙ୍କାନାଳର ଜଣେ ଯୁବତୀ ତାମିଲନାଡୁ ରହି କାମ କରୁଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମିକ କମଳାକାନ୍ତ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ସଂପର୍କ ରଖିଥିଲା।
ହେଲେ ଏବେ ପ୍ରେମିକ କମଳାକାନ୍ତ ଅନ୍ୟ ଏକ ଝିଅ ପଛରେ ପଡିଥିବା ଅଭିଯୋଗ ହେଇଛି। ଯୁବତୀଙ୍କୁ ପ୍ରତାରଣା ଦେଇଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି। ତେବେ ଥାନାରେ ମାମଲା ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଯୁବତୀ ଜଣଙ୍କ ଦାବି କରିଛନ୍ତି ଯେ, ପ୍ରେମିକ କମଳାକାନ୍ତ ସହିତ ତାଙ୍କର ବିବାହ ହେଉ। ତେବେ ଏବେ ଦେଖିବାକୁ ବାକି ରହିଲା ଉଦଳା ଥାନା ପୋଲିସ ଯୁବତୀଙ୍କୁ କେବେ ନ୍ୟାୟ ଦେଉଛି।