Movie prime

ମାଡ଼ି ଆସୁଛି ମହାବିପଦ ଭୟଙ୍କର ରୂପ ନେଲାଣି ପେଙ୍ଗଲ...!

 
Gg
ଅଚାନକ ବଦଳିଗଲା ପାଗ। ଦିନ ଥାଇ ହେଇଗଲା ଅନ୍ଧାର। ଭୟଙ୍କର ରୂପ ନେଉଛି ବାତ୍ୟା ଫେଙ୍ଗଲ। ତାଣ୍ଡବ ରଚିବା ସହ ବହିବ ପବନ କାଚିବ ବର୍ଷା। ଏବେ ଜଣା ପଡି ଯାଇଛି ଲ୍ୟାଣ୍ଡ ଫଲ ର ସ୍ଥାନ।ସମୟ ବଢ଼ି ବଢ଼ି ଚାଲିଛି ଆଉ କେହି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ବାତ୍ୟା ପାଇଁ ଏବେ ମଧ୍ୟ ବଦଳି ଯାଇଛି ପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ବାତ୍ୟା ଫେଙ୍ଗଲ।
Gh
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରି ସାରିଲାଣି। ଅପରାହ୍ନ ୨:୩୦ ରେ ଏହା ନେଇ ସାରିଛି ଏହା ଗଭୀର ଅବପାତ। ତାମିଲନାଡୁ ରେ ଯେଉଁ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି ଏହା ଦିଗ ବଦଳାଇ ଦେଇଥିବା ନେଇ ତାହା ବର୍ତ୍ତମାନ ସମୟରେ ସୁଚନା ମିଳିଛି। ଘଣ୍ଟା ପ୍ରତି ତିନି କିଲୋ ମିଟର ରୁ ଦଶ କିଲୋମିଟର ବେଗରେ ଏହା ଗତି କରିବାରେ ଲାଗିଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୁପ ନେଇଛି।
Bh
ଯାହା ପୁଡୁଚେରୀ ନିକଟ ଉପକୂଳରେ ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ। ଘଣ୍ଟାକୁ ୭୦ ରୁ ୮୦ କିମି ବେଗରେ ମଧ୍ୟ ପବନ ବହିବ। ଏହି କାରଣରୁ ତାମିଲନାଡୁ ର ଅନେକ ଜିଲ୍ଲାରେ ରେଡ ଆଲର୍ଟ ଜାରୀ କରାଯାଇଛି। ସେହିପରି ତାମିଲନାଡୁ ପ୍ରଭାବିତ ଅଞ୍ଚଳର ଅନେକ ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ୍ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଘୂର୍ଣ୍ଣିବଳୟ ଯୋଗୁଁ ତାମିଲନାଡୁ ର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ଯାଇଛି। ଯାହାକି ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିବ। ତାମିଲନାଡୁ ସରକାର ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ଭାବରେ ନଜର ରଖିଛନ୍ତି। ସମୁଦ୍ରକୂଳିଆ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବାତ୍ୟାକୁ ନେଇ ଲୋକମାନେ ମଧ୍ୟ ଭୟଭୀତ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.