Movie prime

ଡାକ୍ତରଙ୍କ ପାଇଁ ଚାଲିଯିବ ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ ଦେଖନ୍ତୁ ଆସିଲା ବଡ଼ ଖବର

 
Hhg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କୋଲକାତା ଦୁ-ଷ୍କ-ର୍ମ ଓ ହତ୍ୟା କାଣ୍ଡ ନେଉଛି ରାଜନୈତିକ ମୋଡ। ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ଦେବେ ମମତା ବାନାର୍ଜୀ। କୋଲକାତା ଆର.ଜି.କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାକୁ ନେଇ ଆନ୍ଦୋଳନ ଦେଖା ଦେଇଛି ପଶ୍ଚିମବଙ୍ଗ ରାଜନୀତିରେ। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିବା ବେଳେ ଏହି ଘଟଣାଟି ଏବେ ରାଜନୈତିକ ମୋଡ ନେଇଛି।
Bb
ନ୍ୟାୟ ପାଇଁ ଗାଦି ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲାକତା ଡାକ୍ତର ଗ-ଣ-ଦୁ-ଷ୍କ-ର୍ମ ମାମଲାରେ କୋଲକାତାରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଡାକ୍ତରଙ୍କ ସହ ଆଲୋଚନା କରିବାକୁ ମମତା ବାନାର୍ଜୀ ତୃତୀୟଥର ପାଇଁ ଡାକିଥିଲେ। ସଚିବାଳୟର କନଫରେନ୍ସ ହଲରେ ୨ ଘଂଟା ଅପେକ୍ଷା ବି କଲେ। କିନ୍ତୁ ଡାକ୍ତରମାନେ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଅଡି ବସିବାରୁ ବୈଠକକୁ ଆସିଲେ ନାହିଁ। 
Hh
ଫଳରେ ବୈଠକ ଫେଲ ମାରିଥିଲା। ଏଥିରେ କ୍ଷୁବ୍ଧ ହୋଇ ମମତା ଇସ୍ତଫା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ମମତା ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ମୋହ ନାହିଁ। ଡାକ୍ତରଙ୍କ ସହ ଆଲୋଚନା ପାଇଁ ୩ ଦିନ ଅପେକ୍ଷା କଲି। ପଶ୍ଚିମବଙ୍ଗର ଲୋକଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି। ଆଉ ରାଜ୍ୟବାସୀ ବି ମୋତେ କ୍ଷମା କରିଦେବେ ବୋଲି କହିଛନ୍ତି ମମତା। କୋଲକାତା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାକୁ ନେଇ ବିବାଦ ଥମିବାରେ ନାଁ ଧରୁନି। 
ସମସ୍ୟାର ସମାଧାନ ଦିଗରେ ଆଲୋଚନା ପାଇଁ ଡାକ୍ତରଙ୍କମାନେ ରଖିଥିବା ଦାବିକୁ ପ୍ରତ୍ୟାଖାନ କରିଛନ୍ତି ମମତା ସରକାର। ଗୁରୁବାର ସନ୍ଧ୍ୟାରେ ୫ଟାରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ। ଡାକ୍ତରମାନେ ଆଲୋଚନା କରିବାକୁ ବି ଆସିଥିଲେ। ଆନ୍ଦୋଳନ ରତ ଆଲୋଚନାର ଲାଇଭ ପ୍ରସାରଣ କରିବାକୁ ଡାକ୍ତର ଦାବି କରିବା ପରେ ପଶ୍ଚିମବଙ୍ଗ ସରକାର ଏଥିରେ ଅରାଜି ହୋଇଛନ୍ତି।