ନବୀନଙ୍କ ଚିଠି ପାଇଁ ଆଳୁ ପଠାଇଲେ ମମତା ଦେଖନ୍ତୁ ମୁଁହ ଖୋଲିଲେ ସୁର ରାଉତରାୟ
Jul 28, 2024, 20:02 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଉଛି । ଆଳୁ ଲୋକମାନଙ୍କର ଏକ ପ୍ରଧାନ ପରିବା ହୋଇଥିବା ବେଳେ ଏବେ ଏହା ବଜାରରେ କମ୍ ପରିମାଣରେ ମିଳୁଛି । ଆଉ ଏହାର ଦର କହିଲେ ନ ସରେ । ଏହାର ଦର ଏବେ ଉଚ୍ଚ ହୋଇଯାଇଛି । ଏବେ ଆଳୁ ସମସ୍ୟା ଦେଖାଯାଉଥିବାରୁ ଏହି ସମସ୍ୟା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।
ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ ଆଉ ଏହା ବନ୍ଦ କରିଦେଇଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ସେ ବନ୍ଦ କରିବାରୁ ଓଡ଼ିଶାରେ ଆଳୁ ସମସ୍ୟା ଦେଖା ଦେଇଥିଲା । ଏବେ ଓଡ଼ିଶାକୁ ଆଳୁ ପଠାଇଛନ୍ତି ମମତା ବାନାର୍ଜୀ । ନବୀନ ପଠାଇଥିବା ଚିଠିର ମାନ୍ୟତା ରଖି ସେ ଆଳୁ ପଠାଇଛନ୍ତି । ଏବେ ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ କିଛି କଥା କହିଛନ୍ତି । ସେ କହିଛନ୍ତି ପାଣ୍ଡିଆନ ଆଉ ନବୀନ ୭ ବର୍ଷରେ ଯାହା କରିଛନ୍ତି ତାହା ୧୭ ବର୍ଷରେ ମଧ୍ୟ କେହି କରିପାରିବେ ନାହିଁ ।
ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ୍ ଦେଇଛନ୍ତି ଆଳୁ ସମସ୍ୟା ପାଇଁ ମମତାଙ୍କ ସହିତ କଥା ହେବା ଏବଂ ଚିଠି ଲେଖିବା କାରଣରୁ । ସରକାରଙ୍କ ଆଗ୍ରହ ନାହିଁ ଭେଣ୍ଡି କିଲୋ ୧୦୦ ଟଙ୍କା । ବାଙ୍ଗାଲୋରରୁ ଅଧା ପରିବା ଆସୁଛି ଯେଉଁଥିପାଇଁ ଦର ବୃଦ୍ଧି ହେଉଛି । ଓଡ଼ିଶାରେ କେବଳ ଧାନ ଅଛି ଆଉ ସବୁ ପରିବା ବାହାରୁ ଆସୁଛି ସେଥିପାଇଁ ଏହାର ଦର ଅଧିକ । ଡାଲି ଦର, ସୁଜି, ଅଟା, ପରିବା ଆଦି ସବୁ ଦର ବୃଦ୍ଧି ହେଉଛି । ଆଉ ଏଥିପାଇଁ ଏବେ ସବୁ ଅସୁବିଧା ହେଉଛି । ନବୀନ ସରକାର କରିଥିବା ସବୁ କାମ ଏବେ ନାଁ ବଦଳି ଯାଉଛି ।
ସରକାର ବାଧ୍ୟ ହୋଇ ଏବେ ସବୁ କାମ କରୁଛନ୍ତି ଏହା ନକରିଲେ ରାଜ୍ୟର ବିକାଶ ହେବ ନାହିଁ । ସବୁ କ୍ଷେତ୍ରରେ, ସବୁ ଜିନିଷରେ ଏବଂ ସବୁଥିରେ ବିରୋଧୀ ଦଳର ପ୍ରଥମ କାମ ହେଉଛି କହିବା । ଯଦି ସେମାନେ ବିରୋଧୀ ଦଳକୁ ଏଭଳି କରିବେ, ରାଜ୍ୟବାସୀଙ୍କ ସହିତ ଏଭଳି କରିବେ ତାଙ୍କ ଦଳ ହାରି ଯିବ । ବିରୋଧୀ ଦଳର କାମ ହେଲା କହିବା ଯଦି ବିରୋଧୀ ଦଳ ଏଭଳି କାମ କରିବ ତାହେଲେ ବହୁତ ଶୀଘ୍ର ତାଙ୍କ ଡଙ୍ଗା ବୁଡ଼ିଯିବ । ଏବେ ଦେଖିବାକୁ ବାକି ରହିଲା ଏହି ଦଳ କେତେଦିନ ଯାଏଁ ରହୁଛି ।