ମୋ ଝିଅକୁ ମା-ରିଦେଲେ ସାହାଯ୍ୟ ମାଗିବାକୁ ଆସିଛି...!
Jan 2, 2025, 12:07 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ନ୍ୟାୟ ମିଳିନାହିଁ । ଆଜିକାଲି ଦୁନିଆରେ ପୋଲିସ ପ୍ରଶାସନ ମଧ୍ୟ ନ୍ୟାୟ ଦେଉନାହିଁ । ଏବେ ଜଣେ ଝିଅର ମାଆ ତାଙ୍କ ଝିଅର ହ-ତ୍ୟା ପାଇଁ ନ୍ୟାୟ ମାଗି ମାଗି ରହିଲେଣି କିନ୍ତୁ ପ୍ରଶାସନ ତାଙ୍କୁ ନ୍ୟାୟ ଦେଉନାହିଁ । ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବେ ବୋଲି କହିଛନ୍ତି ଆଉ ତାଙ୍କ ଝିଅକୁ ନ୍ୟାୟ ମିଳିବାକୁ ସେ ଦାବି କରିଛନ୍ତି ।

ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଏହି ଘଟଣା ଘଟିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ଅନେକ ଦିନ ହେବ ଘଟିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ଏହି ଘଟଣାର ତଦନ୍ତ କରୁନାହିଁ ବୋଲି ମାଆ ଜଣକ ଅଭିଯୋଗ ଆଣିଛନ୍ତି । ଏବେ ଏହି ମାଆ ଜଣକ ଗଣମାଧ୍ୟମ ଆଗରେ ଏହି ବିଷୟରେ କହିଛନ୍ତି । ତାଙ୍କ ଝିଅ ସହିତ କଣ ସବୁ ହୋଇଥିଲା ଆଉ ତାଙ୍କର ଝିଅ ସହିତ ଦୁଇଜଣ ଯୁବକ କଣ କରିଥିଲେ ସେହି ବିଷୟରେ ସବୁ କଥା ସେ କହିଛନ୍ତି ।

ଏହି ମହିଳା ଜଣକର ଝିଅ ସହିତ ଦୁଇଜଣ ଯୁବକ ଜୋର୍ ଜବରଦସ୍ତ କରିଥିଲେ । ସେମାନେ ତାର ଇଜ୍ଜତ ଲୁଟି ନେଇ ତାଙ୍କୁ ହ-ତ୍ୟା କରି ଦେଇଥିବାର ଅଭିଯୋଗ ଝିଅର ମାଆ ଆଣିଛି । ଏହି ଘଟଣାର ମଧ୍ୟ ଅନେକ ପ୍ରମାଣ ସେ ରଖିଛନ୍ତି । ସେ ସବୁ ପ୍ରମାଣ ପୋଲିସକୁ ଦେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ । ରାଜକନିକା ବଡତଇଲା ଅଞ୍ଚଳରେ ଘଟଣା ଘଟିଛି । ଏହି ଅଞ୍ଚଳରେ ଏଭଳି କିଛି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ୧୭ ବର୍ଷର ଝିଅ ସହିତ ଏଭଳି ଘଟଣା ଘଟାଇଥିଲେ ।
ପ୍ରେମ କରି ଏଭଳି ଘଟାଇଛନ୍ତି ଯୁବକମାନେ । ୧୮ ଜୁଲାଇ ଦିନ ଏଭଳି କରିଥିଲେ ଯୁବକମାନେ । ତାଙ୍କୁ ପ୍ରେମ ଜାଲରେ ଫସାଇ ଏଭଳି କରିଥିଲେ ଯୁବକମାନେ । ତାଙ୍କ ଇଜ୍ଜତ ଲୁଟି ନେଇ ଜୀବନରୁ ମାରି ଦେଇଛନ୍ତି ଯୁବକମାନେ । ଝିଅ ଠାରୁ ସୁନା ରୂପା ସବୁ ଲୁଟି ନେଇଛନ୍ତି ଏହି ଦୁଇଜଣ ଯୁବକ । ଏହି ଦୁଇଜଣ ଯୁବକ ତାଙ୍କୁ ବିଷ ଦେଇ ମାରି ଦେଇଛନ୍ତି । ଏହି ଘଟଣାରେ ପୋଲିସ ଆଇଆଇସି ଦିନେ ବି ତଦନ୍ତ କରିବାକୁ ଆସି ନାହାନ୍ତି ବୋଲି ଝିଅର ମାଆ କହିଛନ୍ତି । ଏହି ଘଟଣାକୁ ରଫା ଦଫା କରିବାକୁ ଚାହୁଁଛନ୍ତି ସେହି ଲୋକମାନେ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରିଲେ ତାଙ୍କ ଝିଅକୁ ନ୍ୟାୟ ମିଳିବ ବୋଲି ଜଣାପଡିଛି ।