Movie prime

ଓଲଟା ଚିତ୍ର ପାଇଁ ଆସିଲା ମୋଦୀଙ୍କ ଚିଠି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବ୍ୟକ୍ତିଙ୍କ ନାଁରେ ଜାଣିପାରିବା ଯିଏ ଜଣେ ଭଲ ଚିତ୍ରକାର । ଏହି ବ୍ୟକ୍ତି ଜଣକ ଭଲ ଚିତ୍ର କରନ୍ତି । ଆଉ ଏବେ ତାଙ୍କର ପ୍ରଶଂସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଯୁବକ ଜଣଙ୍କର ଓଲଟା ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମୋଦୀ । 
Hh
ମୋଦୀ ଏହି ଚିତ୍ର ଦେଖିବା ମାତ୍ରକେ ଏହି ଯୁବକ ଜଣଙ୍କର ପ୍ରଶଂସା ନକରି ରହିପାରିଲେ ନାହିଁ । ମୋଦୀ ଦିଲ୍ଲୀରୁ ପୁରୀ ଯୁବକଙ୍କ ପାଖକୁ ଚିଠି ଲେଖିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଯୁବପିଢୀଙ୍କ କାମକୁ ପ୍ରଶଂସା କରିବା ସହିତ ତାଙ୍କୁ ଉପରକୁ ନେବାକୁ ଅନେକ ଚେଷ୍ଟା କରିଥାନ୍ତି । ଏବେ ଏହି ଯୁବକ ଜଣଙ୍କର କାମକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି ତାଙ୍କ ପାଖକୁ ଚିଠି ଲେଖି ଶୁଭେଛା ଜଣାଇଛନ୍ତି । ଏହି ଯୁବ କଳାକାରଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । 
Hh
ଏହି ଯୁବ କଳାକାର ଓଲଟା ଚିତ୍ର କରିବାରେ ମାହିର ଅଟନ୍ତି । ଏହି ଯୁବ କଳାକାର ଜଣକ ଦେବଦେବୀଙ୍କ ଠାରୁ ଆରମ୍ଭ କରି ସବୁ ପ୍ରକାରର ଛବି ଆଙ୍କିପାରିବେ । ତାଙ୍କ ଚିତ୍ର ଷ୍ଟାଇଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ଏହି ଯୁବ କଳାକାର ଜଣକ ପୁରୀର ବାସେଳି ସାହିରେ ରହିଥାନ୍ତି । ତାଙ୍କର ନାମ ହେଉଛି ଆୟୁଷ ତ୍ରିପାଠୀ । ଏବେ ମୋଦୀ ଦିଲ୍ଲୀରୁ ଏଭଳି ଚିଠି ଲେଖିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଆସିଥିଲେ । ଆଉ ସେହି ସମୟରେ ଆୟୁଷ ପ୍ରଭୁ ରାମଲାଲାଙ୍କ ସୁନ୍ଦର ଘର ଚିତ୍ର କରିଥିଲେ ।
ଆଉ ସେ ଏହି ଚିତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉତ୍ତର ଦେବେ ବୋଲି କହିଥିଲେ । ଆଉ ଏବେ ସେ ଚିଠି ଲେଖିଛନ୍ତି । ସେ ଚିଠି ଲେଖି ପଠାଇଛନ୍ତି । ମୋଦୀ ଏହି ଚିଠିରେ ଆୟୁଷଙ୍କର ବହୁତ ପ୍ରଶଂସା କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ସେ ଜଣେ ଭଲ କଳାକାର । ଆଉ ତାଙ୍କର ଚିତ୍ର ପ୍ରଶଂସନୀୟ ବୋଲି ସେ ଲେଖିଛନ୍ତି । ଏବେ ଏହି ଚିଠି ଦେଖି ଆୟୁଷ ଏବଂ ତାଙ୍କ ବାପା ମା ଖୁସି ଅଛନ୍ତି । ୨୦୨୦ ମସିହାରେ ପ୍ରକାଶ ଥକି ଆୟୁଷ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଓଲଟା ଚିତ୍ର କରି ସ୍ଥାନ ପାଇଥିଲେ ।